ଅଧୁରା ପ୍ରେମ
ଅଧୁରା ପ୍ରେମ
1 min
314
ପୁନେଇଁ ନ ଥିଲା ଜହ୍ନ ଆସିଥିଲା
ମାଗିଲି ଜୋଛନା ଟିକେ।
ଜୋଛନା ନଦେଇ ଭସେଇ ଦେଲା ସେ
ଯନ୍ତ୍ରଣା ସ୍ରୋତରେ ମୋତେ ।୧।
କିଏ ଭରିଦେଵ ଆଖିରେ ମୋ ନିଦ
ସପନ ଦେଖିବା ପାଇଁ ।
ଅନେକ ଦିନରୁ ଅନେକ ସପନ
ରହିଛି ଅଧୁରା ହେଇ ।୨।
ପାହାନ୍ତି ସପନ ସତ ହୁଏ ବୋଲି
କହିଛନ୍ତି ଗୁରୁଜନ ।
ରାତି ସରିଗଲେ ସ୍ବପ୍ନ ଭାଙ୍ଗିଯାଏ
ମନ ଝୁରେ ସେହି ସ୍ୱପ୍ନ ।୩।
କାହିଁ ଆସିଥିଲା ଜୀବନେ ଫଗୁଣ
ପ୍ରେମର ରଙ୍ଗକୁ ଧରି ।
ଇନ୍ଦ୍ରଧନୁର ସାତ ରଙ୍ଗ ସବୁ
ଯାଇଛନ୍ତି ଅପସରି ।୪।
