STORYMIRROR

Pravatirani Mohanty

Abstract

4  

Pravatirani Mohanty

Abstract

ଜୀବନ ଯାତନା

ଜୀବନ ଯାତନା

1 min
378


ଜୀବନ ଯାତନା ବଢେ ଦିନୁ ଦିନ

ଜୀବନ ହେଉଛି ଭାରି

ଅତୀତ ରହୁଛି ଅନେକ ଦୂରରେ

ବର୍ତ୍ତମାନ ଯାଏ ସରି

ଭାବିଷ୍ୟତ କାଲି ଅଦେଖାର ପଥ 

ବିଧାତା ହାତରେ ଡୋରି

ଜୀବନର ଗୁଡ଼ି ଆକାଶରେ ଉଡେ

ନଟେଇରୁ ଯିବ ଛିଡି

ସରିଯିବ ଖେଳ ସଂସାର ଭିତରୁ

ଯବନିକା ପଡ଼ିଯିବ

ରଖିପାରିବେନି ଆସିଲେ ସେ ବେଳ 

ଅଭିନୟ ଶେଷ ହେବ

ଜନମ ହୋଇଲେ ମରଣ ନିଶ୍ଚୟ

ଏହିତ ସଂସାର ଖେଳ

ଅତି ଆରତ ରେ ଡାକୁଛି ପ୍ରଭାତୀ 

ରଖବାରେ ଆଦିମୂଳ ।।


Rate this content
Log in

Similar oriya poem from Abstract