ଜୀବନ ତୋ ସଙ୍ଗେ
ଜୀବନ ତୋ ସଙ୍ଗେ
ହଁ ଆଜି ପୁନର୍ବାର
ମୁଁ ସମୟ କହୁଛି
ସମୟର ଆଉ ଏକ ପାହାଚରେ
ଜୀବନର ପ୍ରତିଟି
ସଞ୍ଜ, ସକାଳ କହୁଛି
ମୁଁ କୁଆଡେ ଗଙ୍ଗଶିଉଳି ସମାନ
ହଉ, ମାନିନେଲି
ତୋର ଏ ତୁଳନାମୟ କଥପୋକଥନ କୁ ଭି
ହେଲେ କଣ ଉତ୍ତର ସେ ଅନନ୍ୟ ରଚନାକୁ ସୃଷ୍ଟିର
ଦୂରେ ଦଣ୍ଡାୟ ହସେ
ଅସ୍ମଦୀୟ ସମ୍ପୂର୍ଣ ଅସ୍ତିତ୍ବ ଉପରେ, କଣ ସତା ତୋର
କ୍ଷଣସ୍ଥାୟୀ ଜୀବନ ଭିତରେ
ଜଗତମୋହିତା ସୁଗନ୍ଧ ତାର
ମୁଁ ଯେ ଅଧିକାରୀଣୀ
ଏକ ଚାପଗ୍ରସ୍ତ ମୋହ ମାୟା ସଂସାରର......
ହେଇତ ଜୀବନ ନାମକ ନଦୀରେ
ପ୍ରଖର ସ୍ରୋତ
ସଂସାର ନାମକ ନୌକାରେ ବସିଛି
ଅନେକ ସ୍ମୃତି ପ୍ରତିଟି ଘାଟରୁ
ପ୍ରେମ ଭରା ମିଠା ମିଠା
ଅକୁହା ଅନେକ ଭାବ
କଥା କୁହନ୍ତି ଦୂରାଦେଶରୁ...........
ହଁ ସବୁକୁ ସାଉଁଟି ନେବି
ମୁଁ ଯେ ପ୍ରେମ, ସ୍ନେହ କାଙ୍ଗଳୁଣି
ପଣତ କାନିରେ
ଶକତ ଗଣ୍ଠି ପକାଇ
ଗୋଟି ଗୋଟି କରି ଖୋଲି
ଦେଖିବି, ଯେବେ ନିସ୍ତେଜ ହୋଇଯିବ
ଏ ଅହଙ୍କାରୀ ପାପ ଶରୀର...........
ସଂସାର ନାମକ ଏ ବଗିଚା
କାହୁଁ କେତେ ରକମର ଫୁଲ, ଫଳ
କିଛି ଖଟା, କିଛି ମିଠା
ସମ୍ପର୍କର ଅନେକ ଲତା
ମାଡି ମାଡି ଚାଲିଛି
ତାର ମାଟି ସହ ପ୍ରତ୍ୟେକ ଦୁଃଖ, ସୁଖ ବାଣ୍ଟି
ପ୍ରେମ, ସ୍ନେହ, ଶ୍ରଦ୍ଧା, ମମତା ରୂପେ ନୀର
ଜୀବନ ଯାଚଇ ଛଅ ପ୍ରକାର ନଅ ତିଅଣ
କିନ୍ତୁ ଏ ଦରିଦ୍ର ମନ ମୋହେ
ସେଇ ବାଡ଼ି ଘlଣ୍ଟ...............
ସମୟର ଖେଳ ବଡ଼ ଅଦ୍ଭୁତ
ସେ ଯେ ଜଗତଜୀତା
ଆଙ୍ଗୁଠି ଧରି ଚଳିବା ଠାରୁ
କୋକେଇ ର ସ୍ୱର
ପାହାଚ ପରେ ପାହାଚ ସରି ଆସୁଛି
ମୋହ ମାୟା ଆସକ୍ତ ଜୀବନ
ସେ ରାମ ନାମ ପ୍ରତି ମୋହିତ ହେଉଛି
ଜନମ, ମରଣ ପରମ ସତ୍ୟ
କର୍ତବ୍ୟ କହୁଛି
ନିଜ ପାଇଁ ସଭିଏଁ ବଞ୍ଚନ୍ତି
ଯିବା ପୂର୍ବରୁ ଅନ୍ୟ ପାଇଁ
ବଞ୍ଚିବାର ପ୍ରୟାସ
ହଁ ସତେ ତ ଏକ ଏକତ୍ମlକ ପ୍ରୟାସ !