STORYMIRROR

Bidutprabha Mishra

Inspirational Others Children

4  

Bidutprabha Mishra

Inspirational Others Children

ଜୀବନ ସଂଘର୍ଷ

ଜୀବନ ସଂଘର୍ଷ

1 min
260



ଜୀବନଟି ସାରା ସଂଘର୍ଷରେ ଭରା

ବଞ୍ଚିବାକୁ ହୁଏ ତାହାକୁ ନେଇ,.

କେବେ ପେଟପାଇଁ କେବେ କର୍ମନେଇ 

ସଂଘର୍ଷ ସଦା ଲାଗି ଯେ ଥାଇ l

ନୂଆ କାମ କିଛି କରିବା ପୂର୍ବରୁ

ମନ ତଳେ ଚାଲେ କେତେ ସଂଘର୍ଷ,

କେଉଁକର୍ମ କଲେ ସହଜ ହୋଇବ

କେଉଁଟିରେ ହେବ ଲାଭ  ଉତ୍କର୍ଷ l

ଷଡ଼ ରିପୁ ଆଉ ବିବେକ ମଧ୍ୟରେ

ସଂଘର୍ଷ କେତେଯେ ମନରେ ହୁଏ,

ବୁଦ୍ଧି ବିବେକଓ ସଂସ୍କାର ଆମର

ସର୍ବ ଶେଷେ ଜିତି ପଥ ଦେଖାଏ l

ଜୀବନ ଆମର ମହାଭାରତ ସେ

କୌରବ ପାଣ୍ଡବ ସଂଘର୍ଷ ପରି,

ଷଡ଼ ରିପୁ ସେତ କୌରବ ଅଟନ୍ତି

ଲୋଭ ମୋ

ହ କେତେ ବାସନା ଧରି l

ଈଶ୍ୱର ବିଶ୍ୱାସେ କରିଯିବା କର୍ମ 

ଆମେ ଜୀବନରେ ପାଣ୍ଡବ ପରି l

ଧର୍ମ ସଦା କାଳେ ବିଜୟ ହୁଅଇ

କର୍ମ କରିଯାଅ ଅର୍ଜୁନ ଭଳି,

ଫଳ ଭୋଗ ପାଇଁ ଆଶା ରଖ ନାହିଁ

ଜୀବନରୁ କଷ୍ଟ ଯିବ ସେ ଟଳି l

କୀଟ ଠୁଁବୃହତ୍ତ ହସ୍ତୀବ୍ୟାଘ୍ର ଆଦି 

ସଂଘର୍ଷ କରନ୍ତି ବଞ୍ଚିବା ପାଇଁ,

ପ୍ରକୃତିରେ ରହି ବାସ ଖାଦ୍ୟ ପାଇଁ 

କରୁଥାନ୍ତି ସେଯେ କେତେ ଲଢେ଼ଇ l

ଜୀବନର ଯେତେ ସଂଘର୍ଷ ଆସୁ

କର୍ମରୁ ହୁଅନା କେବେ ବିଚ୍ୟୁତ,

ଈଶ୍ୱର ବିଶ୍ୱାସ ମନେ ଦୃଢ଼ ରଖି

କର୍ମ କରିଯାଅ ତୁମେ ନିୟତ ll



Rate this content
Log in

Similar oriya poem from Inspirational