ଜୀବନ ସାଥି
ଜୀବନ ସାଥି
ତୁମ ପାଇଁ ଆଜି ହସିବା ଶିଖିଲି
ପାଇଲି ତୁମକୁ ଯେବେ
ବଞ୍ଚିବାର ରାହା ପାଇଗଲି ଟିକେ
ଦେଖିଲି ତୁମକୁ ଯେବେ ||
ପାପୁଲିରେ ବୋଧେ ତୁମେ ଥିଲ ସାଥି
ଅଙ୍କା ବଙ୍କା କେଉଁ କୋଣେ
ଖୋଜି ଖୋଜି ମୁହିଁ ଥକି ଯାଇଥିଲି
ଆସି ଗଲ ଏହି କ୍ଷଣେ ||
ପ୍ରେମର ଦୁନିଆ ଏତେବି ସୁନ୍ଦର
ଏବେ ଏବେ ଜାଣିଗଲି
ଅହରହ ମୁହିଁ ତୁମରି ପ୍ରେମରେ
ନିଇତି ବୁଡି ରହିଲି ||
ଏହି ହୃଦୟରେ ତୁମକୁ ରଖିଛି
ତୁମ ବିନା କେହି ନୁହେଁ
ଜନ୍ମ ଜନ୍ମାନ୍ତର ତୁମେ ଏକା ମୋର
ଚାଲୁଥିବା ସାଥି ଦୁହେଁ ||

