ଜୀବନ ର ସଜ୍ଞା
ଜୀବନ ର ସଜ୍ଞା
ଜୀବନଟା ନୁହେଁ ସୁଖ ସରୋବର
ଦୁଃଖ ର ନ ଥିବ ଲେଶ
କେବେ ଜହ୍ନ ରାତି କେବେ ଅମା ରାତି
ରହେ ଖାଲି ଅବଶୋଷ।
ବିନ୍ଦୁରୁ ସିନ୍ଧୁ ର ସନ୍ଧାନ ପରିକା
ଅତିକ୍ରାନ୍ତ ଏ ଜୀବନ
ନିଶ୍ଵ ହୁଏ ଯେବେ ଆତ୍ମ ବିଶ୍ବାସଟି
ସେ ବେଳେ ଆସେ କଷଣ।
ଅଙ୍କା ବଙ୍କା ରାସ୍ତା ପାରି ହେବା ବେଳେ
ଘଟିଥାଏ ଦୁର୍ଘଟଣା
ସାହାସ ସଂଚାରି ସଂକଳ୍ପ ଟି ନେଲେ
ଦୂର ହେବ ତ ଯାତନା।
ପ୍ରେମ ମୟ କରି ଆମ ଏ ଜୀବନ
ମଧୁମୟ କରାଇବା
ପ୍ରେମର ପ୍ରଦୀପ ଜାଳି ହୃଦୟରେ
ସୁଖ କୁ ସାଉଁଟି ନେବା।
ଯେତେ ରାଗ ରୋଷ ଯେତେ ଅଭିମାନ
ସେ ପଥରେ ହୁଏ ଭେଟ
ସୁଖ ଭୋଗ ପାଇଁ ଚଗଲା ମନଟି
ସଦା ହୁଏ ତ ଉଚ୍ଚା ଟ।
ଦୁଃଖ ସାଗରରେ ଭା ସେ ଏ ଜୀବନ
ମନଟି ଦଦରା ନାଆ
ଦୁଲୁକାଏ ବାଆ ବହି ଯାଏ ଯେବେ
ସାହା ସେହି ଚଉବାହା।
ସୁଖ ସପନ ବା ଦୁଃଖ ସେ ସପନ
ଦିବସ ଅନ୍ତେ ଆସଇ
ରଜନୀ ରାଣୀର କୋଳେ ବିଶ୍ରା ମିଲେ
ଜୀବନ୍ତ ହୋଇ ଉଠଇ।
ସ୍ୱା ର୍ଥେ ରଥେ ଚଢି ଜୀବନ ଆମର
ମୃଗ ତୃଷ୍ଣା ମେଣ୍ଟେ ନାହିଁ
ମାୟା ମରୀଚିକା ପଛେ ପଛେ ଧାଇଁ
ଧର୍ମ ଅଧର୍ମ ଭୁଲ ଇ।
ଆଶା ଅସୁମାରୀ ଜୀବନ ଖୋଜଇ
ସୁଖ ର ସେଇ ଶାମୁକା
ସଂକଳ୍ପ ଟି ଆମ ଦୃଢ଼ ରହିଥିଲେ
ଜୀବନ ନ ଦେବ ଧୋକା।
ଜନ୍ମ ମୃତ୍ୟୁ ଠାରୁ ଯେତିକି ଦୂରତା
ପାରିଛି ମାପିବା କିଏ
ଲଗାମ ଯା ହାତେ ମାପ ବି ତା ହା ତେ
ଜୀବନର ସଜ୍ଞା ଇଏ।
