STORYMIRROR

Manas Ranjan Nayak

Classics Inspirational

3  

Manas Ranjan Nayak

Classics Inspirational

ଜୀବନ ନିର୍ଯ୍ୟାସ

ଜୀବନ ନିର୍ଯ୍ୟାସ

1 min
160

ବିଷାଦ ଋତୁର ଉଦାସୀ ସଞ୍ଜରେ ସ୍ତିମିତ ସ୍ପନ୍ଦନ

ବାହୁନୁ ଗୁମୁରି ଗୁମୁରି, ସରୁଛି ଆଞ୍ଜୁଳେ ଜୀବନ

ଏନ୍ତୁଡ଼ି ଚିରାଡରୁ ଅନୁକୂଳ ତୋ ମମତ୍ୱ ବନ୍ଧନ

ଭାବ ଅଭାବ ଲହୁ ଲୁହ ନେଇ ଚିରୁଡାଏ ସପନ। 


ପାଇଛୁ ଜୀବନ ପୀୟୂଷ ବିସ୍ତୃତ ସସାଗରା ଧରା

ପଞ୍ଚଭୂତେ ଜୀବନ୍ଯାସ ତୋ ପ୍ରଚଣ୍ଡ ଧୀଶକ୍ତିରେ ଭରା

ସହସ୍ର ଯୋନୀପଥ ଭ୍ରମି ମାନବେ ଦେବତ୍ୱର ଧାରା

ମାୟାମୃଗ ଅନୁଧାବି ଛାୟାନ୍ତରେ ହେଉ ପଥହରା ।


ଅଭୀପ୍ସାର ଉର୍ଜା ନେଇ ଜାଳୁଛୁରେ ଜୀବନ ଇନ୍ଧନ

ଆୟୁଷର ଭସାମେଘେ ଆସେ ଦୁଃଖ ସୁଖ ଆବର୍ତ୍ତନ

ଜୀଇଁବାର ମାନେ କି ଖାଲି ପୁଳେ ପ୍ରାପ୍ତି ଓ ଅଭିମାନ

ସାଉଁଟୁଛୁ ବାହା ବାହା ପାଇବୁକି ନୀଳ ଆଲିଙ୍ଗନ ।


ବାଟବଣା ପଥିକ ତୁ କଳୁଷିତ ଚିନ୍ତନ ମନନ

ଭୋଗ ଭାଗକୁ ମନ୍ତ୍ର କରି ଗଢ଼ିଛୁ ଜୀବନ ସୋପାନ

ମାଟି ପିଣ୍ଡେ ଆତ୍ମାପଷୀ ଆରମ୍ଭିଛି ଓଂକାର ଗୁଞ୍ଜନ

ବିତିଛି ତମସା ଏବେ, ମୁହୁରତ ଘଟ ବିସ୍ଥାପନ ।                   

ଅବଶେଷେ ଅବସୋସ କ'ଣ ଏ ଜୀବନର ନିର୍ଯ୍ୟାସ? 

ନରମ ନିଃଶ୍ବାସ ଏବେ, ବଦଳିଛି ଅନ୍ଧାରୀ ବିଶ୍ବାସ

ଭାଗ୍ୟ ଭବିତବ୍ୟ ଭାଳି ଅପେକ୍ଷିତ ଅମୃତ ଉଚ୍ଛ୍ବାସ

ନମିଳୁ ନିର୍ବାଣ ପଛେ ଉଚ୍ଚାରିନେ ଥରେ ପୀତବାସ। 



Rate this content
Log in

Similar oriya poem from Classics