STORYMIRROR

Panchanan Jena

Abstract

4  

Panchanan Jena

Abstract

ଜୀବନ ନଈ

ଜୀବନ ନଈ

1 min
270

ପଡ଼ିଶା ଘର ଅଳିଅଳି ଝିଅ ଶାନ୍ତିଲତା

ମଗୁଶିରରେ ବାହା ଯାଇଥିଲା ଗାଁ ସୁନ୍ଦରହତା


ଆଜି ଶାନ୍ତିର ଆତ୍ମହତ୍ୟା ଉଦ୍ୟମ

ଅସଫଳ କଦମ

କାନରେ ପଡ଼ନ୍ତେ 

ବିଦ୍ରୋହ କରି ଉଠିଲା

ଏ ଦୀନ ହୀନ ଅକିଞ୍ଚନ ଭାଇର ସତ୍ତା ।


ଶାଢିକୁ ବେକରେ ଗୁଡ଼େଇ ତୁଡେଇ

ଫ୍ୟାନ୍‌ ହୁକ୍ ରୁ ଓହଳେଇ 

ଡେଇଁବା ଆଗରୁ ଛିଡି ପଡିଲା

ଧଡ଼ାମ୍ ଧଡ଼ କରି ପିଚା ମୁଁହା 

ମା' ଗୋ ମରିଗଲି ଇତ୍ୟାଦି ଇତ୍ୟାଦି .....


 ସେହି ନିରିହ ଶାନ୍ତି-ଅବନ୍ତି-ପ୍ରଶାନ୍ତି ମାନଙ୍କୁ ପଦିଏ କହିବାର ଅଛି

ବାରହାଡିଆ ଶାଢିକୁ ଫାଶି ଦଉଡି କରିବା

ଆଗରୁ ଥରେ ଶୁଣିବାର ଅଛି

ଏଡ଼େ ବଡ଼ ଫଇସଲା ନେବା ପୂର୍ବରୁ

ଅନ୍ତତଃ ପକ୍ଷେ ଦୁଇଥର ଭାବିବାର ଅଛି


ଏ ବାରହାତିଆ ଶିରସ୍ତ୍ର।ଣ ପରା ତୁମର

 ମାନ ସମ୍ମାନ 

ଏ ବାରହାତିଆ ଧରୋହର ପରା ଘରର

କୂଳ ଅଭିମାନ 


ତୁମେ ମରିଗଲେ କ'ଣ ସମସ୍ୟା ସରିଯିବ

ନା ସମସ୍ୟାକାରୀ ଚୂପ ହେବେ

ବରଂ ତୁମେ ହାରିଗଲ ବୋଲି

ଡେଙ୍ଗୁରା ବାଜିବ

ଯୁଦ୍ଧ ନ କରି ବିଚରା 

ପଳାତକର ମୁକୁଟ ପିନ୍ଧିବ ?


ସମସ୍ୟା ଆସିଲେ ଆସୁ 

ଆସିବା ତା କାମ

ଚିରାଚରିତ ତା ନିୟମ

ସମାଧାନ ବି ତା ପଛେ ପଛେ

ଆସିବ ହିଁ ଆସିବ

ଆସୁନି ବୋଧେ ସୁଗମ ସମାଧାନ

ମନରେ ତିକ୍ତତା ତିବ୍ରତର ସୋପାନ


ଦିନ କୁ ଦିନ ମୁଣ୍ଡରେ 

ରାତି କୁ ରାତି ସ୍ୱପ୍ନରେ

ସକାଳୁ ସକାଳୁ ବ୍ୟବହାରରେ

ସଞ୍ଜକୁ ସଞ୍ଜ ଏକାନ୍ତବାସରେ


କୋହରେ ଲୁହରେ ଭିଜି ଭିଜି

ଜଞ୍ଜାଳ ବିଷମ ବିକଟାଳ ଆଜି

ରାସ୍ତା ହଜିଗଲା ଜୀବନ ପଥେ

ବେସାହାରା ସାଜି ଆକାର୍ଜି


କାହା ପାଇଁ ବଞ୍ଚିବ ସେ ?

କାହିଁକି ଜିଇଁବ ସେ ?

କ'ଣ ପାଇଁ ତ୍ୟାଗ କରିବ ସେ ?

କାହିଁ ପାଇଁ ଚାକରାଣୀ ସାଜିବ ସେ ?


ଉତ୍ତର ନାହିଁ

ସମାଧାନ ନାହିଁ

ଶେଷ ନିଷ୍ପତ୍ତି ବୋଧେ 

ବାରହାତିଆ ଶାଢୀର

ସାହାରା ସାଇଁ ।


ମୋର ବିନମ୍ର ଅନୁରୋଧ

ଶତ ସହସ୍ର ଅନୁରୋଧ

ବାରହାଡ଼ିଆ ଶାଢିକୁ କର

ବାର ହଜାର କୁରାଢି

ଚେକ୍ ଚେକ୍ କରି 

ଟିକ୍ ଟିକ୍ କରି 

ଖଣ୍ଡ ଖଣ୍ଡ କରି ହାଣି ଦିଅ

ସମସ୍ୟାର ଗଣ୍ଡି

ଜଞ୍ଜାଳ କଳି କଜିଆର ମେରୁଦଣ୍ଡି


ଦେଖିବ ସେହି ଖଣ୍ଡ ବିଖଣ୍ଡିତ ସତ୍ତାରୁ

 ମୁଣ୍ଡ ଟେକିବ

ଦେଖିବ ସେହି କୁରାଢିଗୁଣ୍ଡ ଗଦାରୁ

 ଗୁରୁଣ୍ଡିବ କହିବ

ଶକ୍ତି ଦେବ

ସାହସ ଦେବ

କମର ସଳଖି ଦେବ

ଆଉ ସର୍ବଶେଷରେ

ଜୀବନ ସହିତ ଲଢେଇ ପାଇଁ


ବାରହାତିଆ ଶାଢୀକୁ ଅଣ୍ଟାରେ ଖୋସି

କେମିତି କାତ୍ୟାୟନୀ ମହିଷାମର୍ଦ୍ଦିନୀ

ଖଣ୍ଡା ଖର୍ପର ଧାରିଣୀ ଦେବଯାନୀ

ହୁଁକାର ଛାଡିବ 

ଯୁଦ୍ଧମ୍ ଦେହୀ -----


ଜୀବନ ହାରିବା କାହିଁ ?

ଜୀବନ ଜିଇଁବାରେ 

ଜିତିବାରେ ହିଁ ଜୀବନ ନଈ ।


Rate this content
Log in

Similar oriya poem from Abstract