STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Abstract

2  

ନାୟକ ଅକ୍ଷୟ ରାଜହସ୍ତୀ

Abstract

ଜୀବନ ମରୁଭୂମି

ଜୀବନ ମରୁଭୂମି

1 min
2.9K

ଜୀବନ ମରୁଭୂମି ର ଦୀର୍ଘ ପ୍ରାନ୍ତରେ ଏବେ ବି

ହାଃ ହାଃ କାର ପଦ ଧ୍ୱନି ଗୁଞ୍ଜରିତ ହୁଏ

ଘୋଟି ଗଲା କେଉଁ ଆଡ଼େ ଥିଲା ଅଦିନ ବତାସ

ତଡି ନେଇ ଫିଙ୍ଗି ଦେଲା ଇତିହାସ କହେ

ପ୍ରଶସ୍ଥ ବାଲୁକା ମୟ ପାଏନା ଆଖି କେଣେ

ଘୁରିବୁଲେ ଦିଗହରା ପଥିକ ଯେସନ

ଗୁଣୁ ଗୁଣୁ ଅନ୍ତରାତ୍ମା କାହାକୁ କେଜାଣି ସିଏ

ଅନ୍ଧାରରେ ବି କରୁଚି ଆହ୍ଵାନ

ଚାରିଆଡ଼େ ଶୂନ୍ଶାନ୍ କୁଆ କୋଇଲି ର ଭେଟ ନାହିଁ

ସବୁ ତ ସାତ ସପନ ପରି ଲାଗୁଚି

ଅଘଟଣ ଘଟିବ କି ନାହିଁ କିଏ କହିପାରେ

ଚିତ୍ରଗୁପ୍ତ ବସି ତେଣେ ପାଞ୍ଜି ଖୋଲୁଛି

ନିସଙ୍ଗ ଜୀବନ ମରୁଭୂମି ରେ କେ ନାହିଁ ସାଥୀ

ଅଳ୍ପ ଟିକେ ବାର୍ତ୍ତାଳାପ କରିବା ନିମନ୍ତେ

ଧିକ୍ ଶତ ଧିକ ଜନ୍ମ ଧରାଧାମେ ମୁଁ ଅନୁତପ୍ତ

କଳ୍ପ କଳ୍ପ ଗତାନୁଗତିକ ଭାବ ଚିନ୍ତେ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract