ଜୀବନ ମୋ ବିତୁ ଗାଇ ରାମ ନାମ
ଜୀବନ ମୋ ବିତୁ ଗାଇ ରାମ ନାମ
ରାମ ନାମ ଗାଇ ବିତୁ ଏ ଜୀବନ, ଣୁଣ ଠାକୁର
ହିନ୍ଦୁ ରତ୍ନ ମାଳ ଜଗତ ଈଶ୍ୱର, କରୁଣାକର ।
ଭକ୍ତି ପ୍ରୀତି ଶ୍ରଦ୍ଧା ଚନ୍ଦନ ଚରଣେ, କୃପା ତୁ କର
ଦିଅ ରାଘବ ହେ ମନୁଷ୍ୟ କର୍ତ୍ତବ୍ୟ, ରଖ ନଜର ।
ଭବ୍ୟଦିବ୍ୟତୋର ନିର୍ମାଣ ମନ୍ଦିର , ଦେଖୁଛି ନେତ୍ର
ଯାହାର ମହିମା ଦେବେ ଅଗଚର, ଲୀଳାର ଚିତ୍ର ।
ଗର୍ଭଗୃହେରାମ ତୋ ପରା ହୋଇବ, ପ୍ରାଣ ପ୍ରତିଷ୍ଠା
ତହିଁ ବାଲ୍ୟରୂପ ଜଗତ ଦେଖିବ, ହୋଇଣ ନିଷ୍ଠା ।
ଚତୁର୍ଦ୍ଦିଗ ଗୁଞ୍ଜେ ଶ୍ରୀରାମ ଶ୍ରୀରାମ, ବ୍ରହ୍ମାଣ୍ଡ କର୍ତ୍ତା
ଭାରତକୁ ଭର ଠାକୁର କୀର୍ତ୍ତିରେ, କର ତୁ ଜିତା ।
ତୁ ପ୍ରଭୁ ହିଂସା ଅହଂକାର ରାଷ୍ଟ୍ରରୁ , ଦୂର କରିବୁ
ବ୍ରହ୍ମାଣ୍ଡ ଠାକୁର ପ୍ରେମପ୍ରୀତିଶ୍ରଦ୍ଧା, ଦେଶକୁ ଦେବୁ ।
ଦେଶ ଶତ୍ରୁଙ୍କର ଭୂମିରୁ ତାଣ୍ଡବ ନାଶ କ ରିବୁ
ବିଭୀଷିକା ତୁହି ଭ୍ରଷ୍ଟାଚାରୀଙ୍କର, ଚୂର୍ଣ୍ଣ କରିବୁ ।
ଶାସନ ଗୌରବ ତ୍ରେତୟା ଯୁଗର ରାଷ୍ଟ୍ରେ ଆଣିବୁ
ଏହୁ ଭାରତ ଆତ୍ମନିର୍ଭରଶୀଳ ତୁହି କରିବୁ ।
ରଖିବୁ ଶାସନେ କର୍ତ୍ତବ୍ୟ କୁ ପ୍ରଭୁ, ସମଭାବକୁ
ଶାନ୍ତିର ସନ୍ଦେଶ ସଂସ୍କୃତି ସଂସ୍କାର, ଦେବୁ ବିଶ୍ବକୁ ।
କୃତି ଜାତିପ୍ରଥା, ସଂସ୍କୃତି ସଂସ୍କାର , କରିବୁ ଦୂର
ଆଣୁଛି ଏହୁରେ ରାଷ୍ଟ୍ରର ବିକାଶେ, ଘନ ଅନ୍ଧାର ।
