STORYMIRROR

DR PRASANTA KUMAR BISWAL

Inspirational Others Children

4  

DR PRASANTA KUMAR BISWAL

Inspirational Others Children

ଜୀବନ ଜ୍ଞାନ

ଜୀବନ ଜ୍ଞାନ

1 min
271


ମାଳ ମାଳ ଏଠି ବିଦ୍ୟାଳୟ ଖୋଲେ 

ଚାଲେ ବିଦ୍ୟାର ବେପାର 

ଯନ୍ତ୍ରବତ ସବୁ ପାଠକୁ ଘୋଷିଣ 

ଡିଗ୍ରୀ ପାଆନ୍ତି ଅପାର।

ଶିକ୍ଷାର ଲକ୍ଷ୍ୟରୁ ଦୂରେଇ ଯାଆନ୍ତି 

ଲାଗେ ଅନ୍ତଃ ସାର ଶୁନ୍ୟ 

ମଣିଷ ପଣିଆ ହଜାଇ ସକଳେ 

ହେବାକୁ ଧନୀରେ ଗଣ୍ୟ।

ଜ୍ଞାନର ଅର୍ଜନ କରୁଥିବା ଜନ 

ସକଳ ନୁହଁନ୍ତି ଜ୍ଞାନୀ 

ଉଚ୍ଚାରଣ ସହ ଆଚରଣେ ଭିନ୍ନ 

ଜ୍ଞାନେ ବଡ ଅଭିମାନୀ ।

ପାଠ ପଢି ଖାଲି ଚାକିରୀ କରିଲେ 

ସୁ ସନ୍ତାନେ ନୁହେଁ ଗଣା

ସ୍ୱାର୍ଥକୁ ଜାବୁଡି ସୁକର୍ମ କୁ ଛାଡି 

ମଣିଷ ପଣିଆ ଉଣା ।

ନୀତିବାଣୀ କିଛି ଅଭ୍ୟାସ କରିଣ 

 ଦେଉଥାଏ ପ୍ରବଚନ

ସରଳ ଲୋକଟା ବୁଦ୍ଧି କୁ ହଜାଇ 

ନେଇଥାନ୍ତି ତା ଶରଣ।

ରୂପେ ରମଣୀୟ ଭାଷାରେ ପ୍ରବୀଣ 

ସଭିଙ୍କୁ କରନ୍ତି ବଶ 

ଅଜ୍ଞାନ ଲୋକଟି ବୁଦ୍ଧିକୁ ହଜାଇ 

ଦୁଃଖ ପାଆନ୍ତି ଅଶେଷ।

ସଂସାର ଟା ଏଠି ମରୁଭୂମି ସମ 

ଜୀବନ ମରଣ ଖେଳ 

ଏତେ ଗହଳିରେ ନିଃସଙ୍ଗ ଲାଗଇ 

ନଥାଏ କା ଲାଗି ବେଳ।

ବ୍ୟମରେ ଉଡୁଛୁ ଜଳରେ ବୁଡୁଛୁ 

ସମ୍ଭବ ବିଜ୍ଞାନ ବଳେ 

ଜଡ଼ ବିକାଶରେ କିଲାଭ ମିଳଇ 

ମନ ଯଦି ନବଦଳେ।

ବିଦ୍ୟାକୁ ଛାଡିଣ ଅବିଦ୍ୟା କୁ ଶିଖି 

ଅକର୍ମେ ରମଇ ମନ 

ମନୁଷ୍ୟ ଜନମ ବିଫଳ ହୁଅଇ 

ଏକାନ୍ତେ କର ଚିନ୍ତନ।

କେତେ ତପ ବଳେ ଏହି ଧରା ତଳେ 

ମିଳିଛି ପୁଣ୍ୟ ଜୀବନ 

ଦେବ ଅଂଶ ଧରି ଦାନଵ ହୋଇଲେ 

ବିଚାରିବ ଜନ୍ତୁରାଣ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational