Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Abstract Tragedy Others

4  

Jayashree Maharana

Abstract Tragedy Others

ଜୀବନ ଜୀବିକା

ଜୀବନ ଜୀବିକା

1 min
230


ମଣିଷ ଜୀବନ ଉତ୍ଥାନ ପତ୍ତନ

କେବେ ଖରା କେବେ ଛାଇ

ଦୁନିଆ ବୁକୁରେ ଜୁଝୁଛି ମଣିଷ

ଜଞ୍ଜାଳରେ ଛନ୍ଦି ହୋଇ ।


ଜୀବନ ତିଷ୍ଠିବା ନୁହଁଇ ସହଜ

ଜୀବିକା ବିହୀନ ନିଃସ୍ୱ

ଦାନା କନା କୁହ କେମିତି ମିଳିବ

ଦୁଃଖ କଷ୍ଟ କରେ ଗ୍ରାସ ।


ପେଟ ପାଇଁ ନାଟ ଜୀବିକା କୁହାଟ

ମଣିଷ ଖୁସିର ଆଶ୍ରା

ଦାୟିତ୍ୱ ,କର୍ତ୍ତବ୍ୟ ଜୀବିକା ଭରସା

ସାଜିଥାଏ ବୃତ୍ତି ପେଶା ।


ଜୀବନ ଜୀବିକା ଆଜି ବିପଦରେ

କରୋନାର ପ୍ରଭାବରେ

ଗୃହବନ୍ଦୀ ନର ହାତ ଗୋଡ଼ ବାନ୍ଧି

ପଡ଼ିଅଛି ସ୍ବଗୃହରେ ।


ଜୀବନ ଆଶାରେ ଜୀବିକା ହରାଇ

ଚାହିଁଛି କେ ସମୟକୁ

ହଟିବ ଦୁର୍ଗତି କଟକଣା ମୁକ୍ତି

ଡାକୁଅଛି ଈଶ୍ୱରଙ୍କୁ ।


ଭୟ ଆଶଙ୍କାରେ ଜୀବନ ବିତୁଛି

ଜୀବିକା ବିପନ୍ନ ହୋଇ

ସ୍ତିରୀ ପିଲାଙ୍କର ନିସ୍ତେଜ ମୁଖରେ

ଖୁସିର ଝଲକ ନାହିଁ ।


ଧନୀକ ନିମିତ୍ତ ପଡେନା ଫରକ

ଅମାର ରହିଛି ଭରି

ଜୀବନ ସୁରକ୍ଷା ପାଇଁ ଦିନ କାଟେ

ଜୀବିକାକୁ ତୁଚ୍ଛ କରି ।


ଜୀବନ ଜୀବିକା ମଧ୍ୟେ ମନେ ଦ୍ବନ୍ଦ୍ୱ

ବିଚରା ଗରିବ ପାଇଁ

ଜୀବିକା ନଥିଲେ ଭୋକ ଉପାସରେ

ମରିବା ଅନ୍ୟଥା ନାହିଁ ।


ଜୀବନ ଡରରେ ଖାତିର ନକରି

ଜୀବିକାକୁ ଆପଣେଇ

ମୃତୁକୁ ସ୍ୱାଗତ କରିବ ନିଶ୍ଚିତ

ନିଜେ ଅସମର୍ଥ ହୋଇ ।


ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ ପରି

ଜୀବନ ଜୀବିକା ସ୍ଥିତି

ଏକ ବିନା ଏଠି ଆରେକ ଅସ୍ତିତ୍ୱ

ପରଖିବା ନାହିଁ ଶକ୍ତି ।



Rate this content
Log in

Similar oriya poem from Abstract