STORYMIRROR

Dr Baman Chandra Dixit

Abstract

4  

Dr Baman Chandra Dixit

Abstract

ଜୀବନ ଜିଗିଶା

ଜୀବନ ଜିଗିଶା

1 min
4

ଆଜି ଆଉ ଉଠିବାକୁ ମନ ଚାହୁଁନି

ପଡ଼ି ରହିବାକୁ ବି ମୋ ମନ ହେଉନି

ଉଠିବା ପରେ ତ କିଛି କରିବାକୁ ହେବ

କି ଅବା କରିବି ନିଜେ ଜାଣି ପାରୁନି।।

ଯାହା କରିବାର ଥିଲା କରି ଦେଖିଲି

ବଞ୍ଚିବା ଆଳରେ ମରି ମରି ଦେଖିଲି

ତଥାପି ବଞ୍ଚିଛି ଯେତେ ମରିବା ପରେ

କେତେ ବଞ୍ଚିଛି ନିଜେ ମୁଁ କଳି ପାରୁନି।।

ହସ ମେଞ୍ଚା ମେଞ୍ଚା ଓଠେ ବୋଳି ଦେଖିଲି

ଆବେଗ ର ବେଗ ଟାଳି ଟାଳି ଦେଖିଲି

ଆଖି ଓଠକୁ ବୁଝେଇ କହିଲି ସିନା

ଛାତିର କୋହକୁ ଅଟକେଇ ପାରୁନି।।

ଧରିଥିଲି ଧୈଯ୍ୟ ଯାହା ଉଣା ହେଉଛି

ଧ୍ୟେୟ ଶୌର୍ଯ୍ୟ ଆଜି ବାଟ ବଣା ହେଉଛି

ଉଜାଣି ଦେଖି ଆହୁଲା ବାଉଛି ସିନା

ହୁଲି ଡଙ୍ଗା ଭଙ୍ଗାକୁ କିନାରା ମିଳୁନି।।

ତଥାପି ବାଇଚାଲିଛି ଜୀବନ ନାଆ

ଆଡ଼େଇ ଜୁଆର ବାଧା ଖୋଜୁଛି ରାହା

ଶେଷ ବିଶ୍ୱାସ ସମ୍ବଳ ଧରିଛି ବୋଲି

ଜୀବନ ଯୁଦ୍ଧ ଜିଗିଶା ତେଜି ପାରିନି।।



Rate this content
Log in

Similar oriya poem from Abstract