STORYMIRROR

Upendra prasad Mahala

Classics Fantasy Inspirational

4  

Upendra prasad Mahala

Classics Fantasy Inspirational

ଜୀବନ ଦର୍ଶନ

ଜୀବନ ଦର୍ଶନ

2 mins
303


ଦେଖିଛକି ?
ପିଅ।ସୀ ମହୁମାଛିଟିଏ
ଫୁଲ ରେଣୁରେ ଅନ୍ଧ ହୋଇ
କେମିତି ତଳେପଡି ଡେଣା ଭାଂଗି
ମାଟି ଅଣ୍ଡାଳୁଥାଏ, ମୃତ୍ୟୁ ଅ।ଡକୁ
ଉଡିଯିବାକୁ କାତର ହେଉଥାଏ।
କାହା ପାଦତଳେ ଚକଟି
ହେବା ପୂର୍ବରୁ।


ଜୀବନ, ମୃତ୍ୟୁର ଅର୍ଥ ବୁଝିବାକୁ
ତର ନ ଥାଏ ତା' ହାତରେ।
ନା କିଛି ଦେଖେ ନା ହେଜେ 
ପରସ୍ତ ପରସ୍ତ ଅଂଧାର ଫଣା
ତୋଳୁଥାଏ ତାକୁ ଦଂଶିବାକୁ
ଚେତା ବୁଡିଯିବା ବେଳେ।


ବିଚରା ମହୁମାଛି !
ରୂପସୀ ରାଣୀ ମାଛି ପାଖେ
ବନ୍ଧାପଡି ମନ ହଜାଇଥାଏ
ବୋଲକରା ଶ୍ରମିକ ସାଜି ଖଟୁଥାଏ
ଦିନରାତି। ନା ବିଶ୍ରାମ ଥାଏ ଖରାବେଳେ
ନା ଥାଏ ଝଡ ପବନକୁ ଡ଼ର ।
ଉଡିଯାଉଥାଏ ଫୁଲ ବଗିଚାକୁ
ମହୁ ଶୋଷି ଫେଣାରେ ସାଇତିବାକୁ।
ଗଣି ଗଣି ହିସାବ ରଖୁଥାଏ
ମଧୁସପନ ସଞ୍ଚିଲାଣି କେତେ।


ଜୀବନ ଏମିତି ଟୋପାଏ ପବିତ୍ର ଲୁହ
ଅ।ଖି କୋଣରେ ଜହକୁ ଥାଏ !
ଶ୍ରମ, ପ୍ରେମ ଓ ସ୍ବପ୍ନର ବନ୍ଧନରେ
ଦେହକୁ ଛନ୍ଦିଥାଏ । ଅବୁଝା ହୃଦୟ
ପକ୍ଷୀରାଜ ଘୋଡା ଚଢି ଉଡିଯାଏ
ମାୟାବୀ ଯାଦୁ ନଗରୀକୁ।
କେବେ ପୁଣି କୁହୁକର ଛାଇ
ଶୂନ୍ୟ ଝୁଲଣାରେ ଝୁଲୁଥାଏ ।
ହାତ ବଢାଏ ସାରା ପୃଥିବୀକୁ
ଧରିରଖିବ ମୁଠା ଭିତରେ।
କୋଳେଇ ନେବ ରହସ୍ୟମୟୀ
କାଉଁରୀ କନ୍ୟାକୁ ଯିଏ, ରାତିରେ
ଫୁଲ ଶେଯରେ ଶୁଅ।ଇ
ଦିନରେ ମେଣ୍ଢା କରି ବାନ୍ଧି ରଖେ
ଅଜଣା ରାଜପୁତ୍ରଙ୍କୁ ।


ଜୀବନ ଛାଇ ଅ।ଲୁଅର ଖେଳ
ଅବୁଝା ଗପ। ଅଧା ସତ, ଅଧା ମିଛ।
ନିଜ ଛାଇ ଅନ୍ଧାରରେ ହଜି ସଦା
ଖୋଜୁଥାଏ ଯାଦୁନଗରୀ ଯାଦୁକାଠି,
କାଉଁରୀ କନ୍ୟାର ସାନ୍ନିଧ୍ୟ,
ବନିବାକୁ ସଂସାରର ଶ୍ରେଷ୍ଠ
ଅହଂକାରୀ, ଅପ୍ରତିଦ୍ବନ୍ଦ୍ବୀ ସମ୍ରାଟ !!


ଅ।ଇନାରେ ପ୍ରତିଛବିକୁ ଦେଖି ଖୁମ୍ପୁଥିବା
ଚଢେଇ ଭଳି ମାଟିରେ ଝଡିପଡେ ସବୁ
ବିଶ୍ବାସ, ଜୀବନଦର୍ଶନର ଅ।ସ୍ପର୍ଦ୍ଧା।
ଅଦୃଶ୍ୟ ଭଉଁରୀରେ ଘାଣ୍ଟିହୁଏ ପ୍ରାଣ,
ମହୁମାଛି ପରି ବାଉଳା ହୁଏ ।
ଭଂଗାଡେଣା ଟେକେ, ଉଡିଯିବ
ଫୁଲ ରେଣୁରେ ଯେତେ ଅଛି ମିଠା
ଶୋଷି ଅ।ଣିବ। ସାଉଣ୍ଟି ଅ।ଣିବ
ଶେଷ ଅଭିଳଷିତ ସଫଳତା ।


ଜୀବନ କି ବୁଝେ ଅମୃତ ଯଜ୍ଞବେଦୀରେ
ସେ ଏକ ବଳିଦାନ, ଅ।ଲୋକିତ ଅ।ହୁତି।
ଗଳାକୁ ନିୟତ ଜାବୁଡି ଧରି
ଝୁଲୁଥାଏ ମୃତ୍ୟୁର ବରଫ ହାତ।
ଅ।ଖି ଅ।ଗରେ ଦେଖେ ମେଘ
ଉଠାଇବା ବେଳେ ନିଆଁର ସାନ୍ନିଧ୍ୟ
ଲାଗି ଝଡିପୋକମାନେ କେମିତି
ଡେଇଁ ପଡି ଅ।ଉ ଫେରନ୍ତିନି,
ଅନ୍ୟମାନେ ପ୍ରସ୍ତୁତ ହେଉଥାନ୍ତି
ଡେଇଁବାକୁ ପଛକୁ ପଛ।
କେମିତି ଶେଷ ହୁଏ ଜୀବନର
ମହାଲୀଳା। ସଂଘର୍ଷର ମହାକାବ୍ୟ,
କର୍ମବାଦୀ ଦର୍ଶନର ଇତିବୃତ୍ତ
ସ୍ବର୍ଗାରୋହଣର କରୁଣ ପରିଣତିରେ !!

*******



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics