STORYMIRROR

Satyabati Swain

Tragedy

4  

Satyabati Swain

Tragedy

ଜୀବନ ଡଙ୍ଗା

ଜୀବନ ଡଙ୍ଗା

1 min
178


ନିଖୁଣ ଏକ ସୁନ୍ଦର 

ଖୁବ୍ ଚିତ୍ର ବିଚିତ୍ର

ଡଙ୍ଗାଟିଏ ସେ ତିଆରି କଲେ 

କେତେ ଆଶା, ସ୍ୱପ୍ନ, ଭରସା, ବିଶ୍ୱାସ ସହ

ସଂସାର ସମୁଦ୍ରରେ

ମେଲି ଦେଲେ ସେ ଡଙ୍ଗାକୁ

କାତ, ଆହୁଲା ମାରିବା ଶିଖାଇ 

ଦେଲେ ହାତ ଧରି।


ସେ ତିଆରି ,ତାଗିଦା କରି 

ବୁଝେଇ ସୁଝେଇ କେତେ କହିଥିଲେ

ଗଭୀର ପାଣିକୁ

ଯିବୁନି ଧନ

ସ୍ରୋତରେ କରେଣ୍ଟ ଥାଏ

ଟାଣିନେବ

କେଉଁ ଅଗଭୀର ତଳକୁ

ବଡ଼ ବଡ଼ ମାରାତ୍ମକ ଜଳ ଜୀଵ

ଓର ଉଣ୍ଡୁଥିବେ

ତୋତେ ଝାମ୍ପିନେଇ

ଟକ୍ କରି ଗିଳି ଦେବା ପାଇଁ

ଜମା ଯିବୁନି ଧନ !


ମୁଁ କଣ ମାନିଲି !

ବିଶାଳ ଲୋଭନୀୟ ଛାତି

ନୀଳ ରଙ୍ଗର ଆମନ୍ତ୍ରଣ

ସୁ ସୁ ଗର୍ଜନରେ ବିମୋହିତ ହୋଇ

ମେଲି ଦେଲି ଜୀବନ ଡଙ୍ଗା ମୋ

ମନ ଫୁଲାଣିଆ

ଗୀତ ଗାଇ ଗାଇ

ହାତକୁ ନ ଥିଲା ବିଶ୍ରାମ

ଆହୁଲା ମାରି ମାରି

ପହଞ୍ଚି ଗଲି ସେଇଠି

ଯେଉଁଠୁ ମୋ ପାଇଁ ଫେରିବା ଥିଲା

ଏକବାର ଅସମ୍ଭବ।


ନା ଦିଶୁ ଥିଲା କୁଳ ନା କିନାରା

କୁଆଡୁ ଆସିଥିଲି !

କୁଆଡେ ଗଲେ

ପାଇଯିବି ମୋ ଗାଁ, ମା 

ସ୍ୱର୍ଗ ଠିକଣା!

ମୋ ଚାରପାଖେ ବାଡେଇ ହେଉଥିଲେ

ଅଗଣନୀୟ ଜଙ୍ଗଲି ଢେଉ

ତିମି, କୁମ୍ଭୀର

ବିଶାଳକାୟ ସାମୁଦ୍ରିକ ଜୀଵ

ଭୟରେ ଆଖି ବୁଜି ଦେଲି

ଓଃ ଦିନ କାହିଁ!

ମୋ ଚାରିପାଖେ ବହଳେ ଅନ୍ଧାର ।


କଣ ରାତି ହୋଇଗଲା!

ମୁଁ ଏବେ କେଉଁଠି !

କେହି ଶୁଣୁଛ ମୋ ଶବ୍ଦ

ମୁଁ ହଜି ଯାଇଛି ସମୁଦ୍ର ଭିତରେ

ବାଟ ପାଉନି

କେହି ଶୁଣ୍ ତ

କେହି ଶୁଣୁ ନ ଥିଲେ ମୋ ଆର୍ତ୍ତଚିତ୍କାର

ମୁଁ କଣ ଶୁଣିଥିଲି କାହାର !

ମୁଁ କଣ ସାହାଯ୍ୟର ହାତ ବଢ଼େଇ ଥିଲି

ସେମାନେ ଯେତେବେଳେ ଡାକୁଥିଲେ

ମୁଁ ଅଟ୍ଟହାସ୍ୟ କରୁଥିଲି

ଏବେ ମୋର ପାଳି

ମୋତେ କିଏ ବା ଶୁଣିବ ।


ଅନ୍ଧାର, ଅସହାୟତା ଘେରରେ

ମୋ ଡଙ୍ଗା

ସାମୁଦ୍ରିକ ଜୀଵ ଆଁ କରି ଛନ୍ତି

ଦଲକା ଦଲକା ପାଣି

ପଶି ଯାଉଛି ମୋ ଡଙ୍ଗାରେ

ଅସମ୍ଭାଳ ସ୍ଥିତି

ଆଉ ପାଉନି

ନା କାତ ନା ଆହୁଲା 

କିଛି କାମ କରୁନି

ଆକାଶ ଛୁଇଁ ଭୀମ ରୂପରେ

ଏଇ ମାଡି ଆସିଲା ଲହଡ଼ି

ଆରେ ମୋ ଡଙ୍ଗା

ରକ୍ଷାକର ରକ୍ଷାକର

ଶବ୍ଦ କେବଳ ପ୍ରତିଧ୍ବନିତ ହେଉଥିଲା।


ନା ଥିଲା ଡଙ୍ଗା, ନା ଥିଲି ମୁଁ

ସବୁ ଶେଷ ସାମାଧିସ୍ଥ

ସମୁଦ୍ର ଅତଳ ଗର୍ଭରେ ଲୀନ

ଏବେ ମୁଁ ଅଶରୀରି

ଘୁରି ବୁଲେ ବେଳାଭୂମି ପରେ

ମୋ ଡଙ୍ଗାକୁ ଖୋଜେ

ମୁଁ ସଭିଙ୍କୁ ଦେଖେ, ସ୍ପର୍ଶ କରେ

ମାତ୍ର ହାୟ!

ମୋତେ କେହି ଶୁଣି ପାରନ୍ତିନି

ଦେଖି ପାରନ୍ତିନି

କି ଛୁଇଁ ବି 

ବହାସ୍ପୋଟ, ଆସ୍ଫାଳନ

ଗର୍ଵ, ଦମ୍ଭ କାହିଁ ଗଲା !

ମୋ ପ୍ରତିଷ୍ଠା, ପ୍ରଭୃତ୍ୱ, ପଇସା

କେହି କଣ

ଉଦ୍ଧରି ପାରିଲେ ମୋ ଜୀବନ ଡଙ୍ଗା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy