STORYMIRROR

DR SAMIR RANJAN BEHERA

Abstract Children Stories Inspirational

3  

DR SAMIR RANJAN BEHERA

Abstract Children Stories Inspirational

ଜୀବନ ଡ଼ଙ୍ଗା

ଜୀବନ ଡ଼ଙ୍ଗା

1 min
230


   ଜୀବନ ର ଡ଼ଙ୍ଗା ଭାସୁଛି 

   ଭବ ସାଗର ର ଅଥଳ ଜଳରେ 

   ନିଶ୍ଚଳ ନିରବ 

   ହେଉ ଅବା ଭଟ୍ଟା ହେଉ ଜୁଆର 

   ମଣିଷ ବଇରୀ 

  ଉବୁ ଡ଼ୁବୁ ହୁଏ ପାପ ସାଗର ରେ 

  ଜାଣି ଜାଣି ସିଏ ବିଷ ପିଇ ପିଇ 

  ଅମୃତ ପଛରେ ଧାଇଁ ଧାଇଁ ll


   ଜୀବନ ଡ଼ଙ୍ଗା ଭାଷି ଯାଉଛି 

   ଥଳ ନାହିଁ କି କୁଳ ନାହିଁ 

   ଅନିର୍ଦ୍ଧିଷ୍ଟ ଲକ୍ଷ ଅନିର୍ଦ୍ଧିଷ୍ଟ ପଥ 

   କିଏ ଜାଣେ କେବେ ପହଞ୍ଚେ 

   କେଉଁ ଠିକଣା ରେ 

   ଅପ୍ରାନ୍ତର ପଥ ଅତିକ୍ରମ କରି 

   କେବେ ଉଲ୍ଲସିତ ପୁଣି କେବେ 

   ବସି ପଡେ ଥକି କରି ll


   ଆଜି ବିଚିତ୍ର ଏ ମଣିଷ 

  ଧର୍ମର ଡ଼ଙ୍ଗା ଭାସାଉଛି 

   ପାପ ପଙ୍କ ରେ ବୁଡି ରହି 

   କପଟ କ୍ରୋଧ ଅନୀତିକୁ ପାଥେୟ କରି 

   ଗର୍ବ ର ସହ କହିଚାଲୁଛି 

   ଆକାମାବୈ ପାନ ଗୁଆ ଥୋଇ 

   ପାନ ଗୁଆ ତୋର ମାସକ ଧର୍ମ ମୋର 

  ସତେ ଏ ମଣିଷ କି ବିଚିତ୍ର ଆଉ ବିଚିତ୍ର ll


  କିଏ ଜାଣେ କେବେ ଗୋଧୂଳି ଆସିବ 

  ଚାରିଆଡେ ଅନ୍ଧାର ଘୋଟିଣ ଆସିବ 

  ଅଦିନିଆ ଝଡ ମାଡ଼ିଣ ଆସିବ 

  ଜୀବନ ଡ଼ଙ୍ଗା ଦିଗହରା ହେବ 

  ଆଉ ବେଳ ଥାଉ ଥାଉ ବୁଡ଼ିଯିବ 

  ଏଣୁ ହେ ମଣିଷ ଦୁନିଆ 

  ଧର୍ମ ର ଡ଼ଙ୍ଗା ପାଥେୟ କରି 

  ଓଁ କାର ପଥେ ଆଗେଇ ଯିବ 

  ନିଶ୍ଚେ ଏ ଡ଼ଙ୍ଗା କୁଳେ ଲାଗିବ 

  କୁଳେ ଲାଗିବ lllll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract