STORYMIRROR

Subhalaxmi Nayak

Abstract Inspirational

4  

Subhalaxmi Nayak

Abstract Inspirational

ଜୀବନ ଚକ୍ର

ଜୀବନ ଚକ୍ର

1 min
996

ଅନ୍ଧକାର ଭିତରୁ ଛୋଟିଆ ବୀଜଟିଏ

ଅନୁକୂଳ ପରିବେଶ ଥାଇ

ଅଙ୍କୁରିତ ହେଲା ପରେ  

ଆଲୋକ ପଥରେ ଯାତ୍ରା ଆରମ୍ଭ କରେ

ଧରଣୀ ଫଟାଇ ଉର୍ଦ୍ଧ୍ବଗାମୀ ଅଗ୍ରଗତିରେ

ଯେତିକି ଉପରକୁ ଉଠେ

ସେ ପାଦପ ଆଖ୍ୟାରେ

ସେତିକି ଭୂମି ତଳେ ଜାବୁଡ଼ି ଧରି ଥାଏ

ନିଜେ ମଜବୁତ ହୋଇ

କାଳ କାଳ ଧରି ବଞ୍ଚିବା ସଂଜ୍ଞାରେ।


କ୍ଷୁଦ୍ର ଏକ କଳିକାରୁ ଫୁଲ ଫୁଟେ,

ଫଳ ଧରେ ତାର ବକ୍ଷରେ

ସୁଗନ୍ଧ ସହିତ ଖାଦ୍ୟ ଯୋଗାଏ ସେ

ପରିବ୍ୟାପ୍ତ ସକଳ ଜଗତରେ

ଛାଇ ଦିଏ ପଥିକର ଛାତ ହୋଇ କେବେ

ନୀଡ଼ ଆଶ୍ରା ଧରି ବଞ୍ଚି ଯାଏ ପକ୍ଷୀଟିଏ କେବେ।


ତାତି ବର୍ଷା ପବନ ଜାଡ଼କୁ ନ ଥାଏ ତା ଡ଼ର

ଦୃଢ଼ତାର ପରିଚୟ ଦିଏ ସିଏ ହୋଇ ମହାଦ୍ରୁମ

ଗୋଟେ ଗୋଟେ ମିଶି ଯେବେ ଅନେକ ହୁଏ

ଘନ ଅରଣ୍ୟର ପରିଚୟ ସେ ପାଏ

ମୂଳ ଠାରୁ ଗଣ୍ଡି,ପତ୍ର,ଫୁଲ,ଫଳ

ସବୁ ତ ଦରକାରୀ ବୋଲି ମଣିଷ ଜାଣଇ

ଡ଼ାକି ଆଣୁଛି ନିଜରି ବିନାଶକୁ ପଦା କରି ଦେଇ।


କାଳ ମୁଖେ ପତିତ

ଯେ ଆଜି ଜୀବନ ଚକ୍ର

ସମୟ ଥାଉ ଥାଉ ନ ଚେତିଲେ

ହେବ ନାହିଁ ଆଉ ବିଳମ୍ବ

ସବୁଜିମା ଭରା ପୃଥିବୀ ଦିନେ

ପାଲଟିବ ମରୁଭୂମିରେ ମରୀଚିକା ତୁଲ୍ୟ

ନାଶ ଯିବ ଏଇ ପ୍ରାଣୀ ଜଗତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract