STORYMIRROR

Suresh chandra Padhy

Abstract

3  

Suresh chandra Padhy

Abstract

ଜୀବନ ଚିନ୍ତା

ଜୀବନ ଚିନ୍ତା

1 min
169

ଜୀବନେ ଅନେକ ଦୁଃଖ ଆସୁଛି

କେବେ ମୁଁ ଭାଙ୍ଗି ପଡୁଛି

କେବେ ବଞ୍ଚିବାର ରହା ଖୋଜୁଛି

ଜୀବନେ କେତେ ନିନ୍ଦା ଅପମାନ ମାଡି ଆସୁଛି

ଅନେକ ସମସ୍ୟା ଆଗକୁ ଆସୁଛି

କେବେ ନିଜ ଲୋକ ଶତ୍ରୁ ହେଉଛି

କେବେ ପରକୁ ନିଜର କରୁଛି

ବାଟ ଚାଲୁ ଚାଲୁ କେବେ ଝୁଣ୍ଟି ପଡୁଛି

କେବେ ଜିତୁ ଜିତୁ ହାରି ମୁଁ ଯାଉଛି

କେବେ ସମ୍ମାନ ମୋତେ ମିଳୁଛି

କେବେ ପାଇଥିବା ସମ୍ମାନ ହାତରୁ ଚାଲି ଯାଉଛି

ସଫଳତା ମିଳିବା ର ଆଶା ଯେତେ ରଖୁଛି

ବିଫଳତାରୁ ହତାଶା ନିରାଶା ମୋତେ ମିଳୁଛି

ଜୀବନର ପଥ ଭାରି ଅଙ୍କା ବଙ୍କା କେତେ ବେଳେ

କେଉଁ ଆଡ଼େ ଟାଣି ନେଉଛି

ଜୀବନ ଉଠାଣି ଗଡା଼ଣି କେତେ କେବେ ଦୁଃଖ

କେବେ ସୁଖ ଦେଉଛି

ଅନେକ ସ୍ବପ୍ନ ଦେଖୁ ଦେଖୁ ସ୍ବପ୍ନ ବି ଭାଙ୍ଗି ଯାଉଛି

ସବୁ ଚିନ୍ତା ଜୀବନରେ ଆସି ମନକୁ ଅସ୍ଥିର କରୁଛି

ତଥାପି ବଞ୍ଚିବାର ସାହସ ରଖିଛି

ଜୀବନର ଚଲା ପଥରେ ସଂଘର୍ଷ କରୁଛି ।


Rate this content
Log in

Similar oriya poem from Abstract