STORYMIRROR

Ramachandra Bhutia

Abstract Others

3  

Ramachandra Bhutia

Abstract Others

ଜୀବନ ବଳୟ

ଜୀବନ ବଳୟ

1 min
246

ସୃଷ୍ଟି ର ପ୍ରାରମ୍ଭୁ ଜୀବନ ବଳୟ

ଚାଲିଛି ଚାଲିବ ନାହିଁ ତ ବିଲୟ

ଯେସନେ ପ୍ରଭାତେ ଆଦିତ୍ୟ ଭାସ୍କର

ହୁଅନ୍ତି ଉଦୟ ନାଶି ଅନ୍ଧକାର

ସେହି ରୂପେ ଜାଣ ଏହି ପ୍ରାଣୀମାନ

ହୁଅନ୍ତି ଜନନୀ ଗରଭୁ ଜନମ

ସୂର୍ଯ୍ୟ ଙ୍କ ସମାନେ ସମୟ ଚକ୍ରରେ

ହୁଏ ସେ ବର୍ଦ୍ଧିତ ଶରୀର ବୁଦ୍ଧିରେ

ବାଳପଣ ତାର କେଡେ ମନୋରମ

ପ୍ରଭାତ ଆକାଶେ ରବିଙ୍କ ସମାନ

ବାଳପଣ ପରେ କିଶୋର ଅବସ୍ଥା

ବଢୁଥାନ୍ତି ପ୍ରଭୁ ଦିବାକର ଯଥା

ଏହିପରି ହୁଏ ଯୁବାବସ୍ଥା ପ୍ରାପ୍ତ

ମଧ୍ୟାହ୍ନ ରେ ଭାନୁ ଯେପରି ଉତ୍ତପ୍ତ

ଧିରେ ଧିରେ କାଳ ହେଉଥାଏ ଗତ

ଅସ୍ତାଚଳେ ଯା' ନ୍ତି ଯଥା ଦିନନାଥ

ଦେଖୁଦେଖୁ ଆସେ ବାର୍ଦ୍ଧକ୍ୟ ର ଅପରାହ୍ନ

ଗୋଧୂଳି ରେ ଅଂଶୁମାଳି ହୋନ୍ତି ଯେହ୍ନେ ମ୍ଳାନ

ପୁଣ୍ୟମୟୀ ସନ୍ଧ୍ୟା ହେବ ଆସି ଉପନୀତ

ମାର୍ତ୍ତଣ୍ଡ ନେଲେ ବିଦାୟ ଯାମିନୀ ଆଗତ

ସେହିପରି ଏ ଶରୀର ହୁଏ କ୍ଷୟ ପ୍ରାପ୍ତ

ପରମାତ୍ମା ଶ୍ରୀଚରଣେ ଆତ୍ମା ବିଶ୍ରାମିତ

ଶର୍ବରୀ ଉପାନ୍ତେ ପ୍ରବେଶ ମଙ୍ଗଳ ପ୍ରଭାତି 

ଚକ୍ରବାଳେ ଦୃଶ୍ୟ ହେଲେ ପୁଣି ଦିନପତି

ସେହି ରୂପେ ଆତ୍ମ ନିଏ ଅନ୍ୟ ଏକ କଳେବର

ଜନ୍ମମୃତ୍ୟୁ ଚକ୍ରେ ଚାଲୁଥାଏ ଏ ସଂସାର

ରେ, ମନ ଯଦ୍ୟପି ଚାହୁଁ ଉର୍ଦ୍ଧ୍ବ ଗତି ଏ ଜୀବନ ବଳୟୁ

ତିଆର କର, ଆତ୍ମା କୁ ନିତ୍ୟ ବିଭୁ ପଦ ଧ୍ୟାୟୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract