STORYMIRROR

NAGENDRA KUMAR ROUT

Abstract

2  

NAGENDRA KUMAR ROUT

Abstract

ଜୀବନ ଭଗ୍ନାଂଶ

ଜୀବନ ଭଗ୍ନାଂଶ

1 min
108

ରୂପରେ ବଜାରେ ପଥ ଭ୍ରଷ୍ଟ

ପଥିକ ଟି ମୁଁ

ନିଅ ମୋତେ ବାଟ କେଇ

କାଚ କୁ ଯା କାଞ୍ଚନ ମଣି

ଏଠି ସେଠି ହେଉଛି ବାଡ଼େଇ


ଚାଉଁ ଚାଉଁ ଚହଲୁଥିବା ମନଟାକୁ

ତାରୁଣ୍ୟର ଆବେଗରେ ଢାଳି

ଚେନାଏ ସୁଖକୁ ଆଖିରେ ମାଖି

ମୁଠା ମୁଠା ଇଛା ର ପ୍ରେମରେ

ଅନ୍ଧ ଭାବେ ସାଲିସ୍ କଲି

ଏବେ କିନ୍ତୁ ଇଛା ଅନିଚ୍ଛା ର ଘୁମନ୍ତ ରାସ୍ତାରେ

ଅଣ୍ଟା ସଳଖୁ ସଳଖୁ ପଡିଯିବାର ତୀବ୍ରତା

ମତେ ବିବ୍ରତ କରେ

ତେଣୁ ,ମୋ ସ୍ୱପ୍ନର ଜଟିଳ ଭଗ୍ନାଂଶ ଟା

ଖାଲି ଶୂନ୍ୟ ....ଆଉ ଶୂନ୍ୟ......

ମନ ଚାହେଁ ,ତୁମର ସେ ଦିବ୍ୟ ମହମହ

ନୀଳ ଆକର୍ଷଣରେ

ବଦଳିଯାନ୍ତା ମୋର ,ପାପ ମାନଙ୍କୁ ମୁଣ୍ଡାଇ

ଡେଣା ବିସ୍ତାର କରୁଥିବା ପ୍ରାଚ୍ୟୁର୍ଯ୍ୟ ପଣଟା

ପୋଛି ହୋଇ ଯାଆନ୍ତା ମୋ ମନର

ଯେତେ ସବୁ ଜମାଟ ବନ୍ଧା ଅଳନ୍ଧୁ

ମୁଣ୍ଡ ଟେକନ୍ତା ମୋ ଭିତରେ ଘାଲେଇ ପଡ଼ଥିବା

ସେ ଆତୁରତା ,ସେ ବ୍ୟାକୁଳତା

ଜୀବନ୍ତ ହୋଇ ଉଠନ୍ତା

ତୁମର ସେ ନୀଳ ପ୍ରତିମୂର୍ତ୍ତି

ମୋ ଦର ଆଉଜା ମନର ଫାଙ୍କାରେ

ମୋ ଭକ୍ତିର ସାନ୍ଦ୍ରତାରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract