STORYMIRROR

Sambit Srikumar

Abstract Classics Inspirational

3  

Sambit Srikumar

Abstract Classics Inspirational

ଜୀବେ ଦୟା

ଜୀବେ ଦୟା

1 min
208

ଏଇ ଯେ ସସାଗରା ସଂସାର

ଯାହାକୁ ସଯତ୍ନେ ଗଢିଛନ୍ତି ସ୍ଵୟଂ ପରମେଶ୍ଵର

ପ୍ରକୃତିର ଅନନ୍ଯ ଅଦ୍ୱିତୀୟ ଶୋଭା ସମ୍ଭାର

ଅପରୂପା ସୁଷମାର ଚାରୁ ଗନ୍ତାଘର

ଯହିଁରେ ଅଛି ପ୍ରାଣୀ ଉଦ୍ଭିଦ ସଭିଙ୍କର

ସମମାତ୍ରାରେ ସମଭାଗର ଅଧିକାର

ତେବେ କିଆଁ ଏଠି କ୍ରୁର ମନୁଷ୍ଯର

ଚାଲଇ ଏକଛତ୍ରବାଦୀ ଅତ୍ଯାଚାର?

ପଶୁପକ୍ଷୀ ସଭିଙ୍କର ତ ଅଛି ପ୍ରାଣ

ସେଇ ଇତର ମୁକ ପ୍ରାଣୀ ବି ଭୋଗନ୍ତି ଯାତନା

ଚକ୍ଷୁରୁ ବହିଯାଏ ଲୋତକର ଧାର

ଅନୁଭବରେ କିଛି ବି ନାହିଁ ଅନ୍ତର

ଫରକ ହେଉଛି ଏତିକି ମାତର

ମଣିଷ ବଖାଣି ପାରେ ଦୁଃଖ ଆପଣାର

ପଶୁପକ୍ଷୀ ମୁକ କାହୁଁ ବା ହୋଇବେ ମୁଖର?

ଆପଣାର ସ୍ବାର୍ଥ ସିଦ୍ଧି ଲାଗି ଜିହ୍ୱା ଲାଳସା

କରିବାକୁ ଚରିତାର୍ଥ ଅବା ଦେବାଦେବୀ

ଇଶ୍ବର ଆଲ୍ଲାଙ୍କୁ କରିବାକୁ ପ୍ରସନ୍ନ

ବାଢି ଦିଏ ଏ ମଣିଷ ବଳି ନିରୀହ ଜୀବର

ଅବିଚାରେ ଅକାତରେ ବାଟରେ ଘାଟରେ

ମଠ ମନ୍ଦିରରେ ଅବା ମଜ୍ଜାର ଗୀର୍ଜାରେ

ଛୁଟୁଥାଇ ରୁଧିରର ବନ୍ଯା ଧର୍ମ ନାମରେ।

ସତେ କି କେଉଁ ଦେବୀ ଦେବତା କେବେ

ମାଗିକି ଅଛନ୍ତି ଏଇ ମଣିଷମାନଙ୍କୁ

ଦେବା ପାଇଁ ନିରୀହ ପଶୁ ପକ୍ଷୀଙ୍କର ବଳି

ସଜୀବ ସଭିଏଁ ତ ଇଶ୍ବରଙ୍କ ସନ୍ତାନ

ପରମପିତା କି ସନ୍ତୁଷ୍ଟ ଆପଣା ଅପତ୍ଯବର୍ଗର

ଉଷ୍ମ ତାଜା ତଟକା ଶୋଣିତ ପାନରେ?

ଅବା ଇଏ ପ୍ରବଞ୍ଚନା ମଣିଷର ଏଇ ଦୁନିଆରେ?

ଇଶ୍ବରଙ୍କ ନାମରେ ତାଙ୍କର ଦ୍ବାହି ଦେଇ

ପାଲଟିଛି ଏଇ ସର୍ବଗ୍ରାସୀ ମଣିଷ

ବାସ୍ତବରେ ପଶୁଟିଏ ଜାନ୍ତବ ପ୍ରବୃତ୍ତିର

ତାଡ଼ନାରେ ଭୁଲିଛି ଉତ୍ସର୍ଗ କରିବାକୁ

ଆପଣାର ଷଡରିପୁ ଅହଙ୍କାର ଅହମିକାକୁ

ହେ ଈଶ୍ବର! ଅଛ ଯଦି ତୁମ୍ଭେ ଏ ସୃଷ୍ଟିରେ

କୃପା ବହି ଅବତରୀ ଆସ ବାରେ

ଦେବା ପାଇଁ ସଦବୁଦ୍ଧି ଏହି ମଣିଷରେ।


Rate this content
Log in

Similar oriya poem from Abstract