STORYMIRROR

pranati Mahapatra

Tragedy Inspirational

3  

pranati Mahapatra

Tragedy Inspirational

ଝୁରିବ କଲା କର୍ମକୁ

ଝୁରିବ କଲା କର୍ମକୁ

1 min
237

   

ବୋଝ ବୋଝ କହି ପାଦେ ଠେଲିଦେଇ

ଦେଉଛ କେତେ ଯାତନା,

ସେହି ବୋଝ ପରା ତୁମ ବୋଝ ବୋହି

ଦେହେ ନାହିଁ ଖଣ୍ଡେ କନା।


ବୋଝ ବୋହି ସିଏ ନଅ ମାସ କାଳ 

ସହିଛି ଯମ ଯନ୍ତ୍ରଣା,

ଭାବି ନାହିଁ ଦିନେ ବୋହୁଛି ଯେ ବୋଝ

ଦେବ ନରକ ଯାତନା।


ନଖାଇ ନପିଇ ପେଟ ଯେ ପୁରାଏ

ଆଜି ପିଉଛି ଲହୁର ଲୁହ,

ରାତି ପାହୁଥିଲା ଉଜାଗରେ ଯା'ର

ତୁଟିଛି ଆଜି ତା ମୋହ।


ଅନ୍ତଚିରି ଯିଏ କାଖରେ ବସାଇ 

ଅମୃତ ପିଆଉ ଥିଲା,

ଘରୁ ତଡାଖାଇ ପ୍ରତିଟି ମୁହୂର୍ତ୍ତ 

ସେ ନୀଳକଣ୍ଠ ସାଜିଲା।


କାନ୍ଧେ ବୋହି ବୋହି ଶିକ୍ଷା ଦୀକ୍ଷା ଦେଇ 

ଯେ ଜଗତ ଦେଖାଇଲା,

ପଚାଫଳ ପରି ବୋଝ ତୁଲ୍ୟ ପ୍ରାୟ

ଆଜି ସେ ଅଲୋଡ଼ା ହେଲା।


ଶୁଣରେ ଅଜ୍ଞାନ ସନ୍ତାନ ତୁମେ

ବୋଝ ପ୍ରାୟ ମଣ ଯା'କୁ,

ସେହି ବୋଝ ପ୍ରାୟ ଦୁନିଆଁ ଦାଣ୍ଡରେ

ଝୁରିବ ତୁମ ବୋଝକୁ ।

ଅନୁତାପର ସେ ଦହନ ଅଗ୍ନିରେ

ଝୁରିବ କଲା କର୍ମକୁ ।



Rate this content
Log in

Similar oriya poem from Tragedy