Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Tragedy

5.0  

ବି. ନିରୁପମା

Tragedy

ଝୁରି ହେଲି ତୁମ ପାଇଁ

ଝୁରି ହେଲି ତୁମ ପାଇଁ

1 min
7.0K



ତମ ନାଆଁ ଜମା ଧରିବିନି ବୋଲି

ପଣ କରିଥିଲି ମୁହିଁ ,

ଦିନ କେତୁଟାରେ ସବୁ ଭୁଲିଗଲି

ଝୁରିହେଲି ତୁମ ପାଇଁ ।।


ଖାଆଁ ,ଖାଁ ଲାଗିଲା ଯମୁନାର ତଟ

କୁଞ୍ଜବନ ଶିରିହୀନ ,

କୋଟି ଯୁଗପ୍ରାୟ ମନେହେଲା ପରା

ମୋତେ ସାରା ରାତି ଦିନ ।।


ରୁଚିଲାନି ଅନ୍ନ ବ୍ୟଞ୍ଜନ ତ କିଛି

ହୃଦୟ ହୋଇଲା କୋରି ,

ଅଚାନକ କିଛି ଅମୂଲ୍ୟ ସମ୍ପତ୍ତି

ଜାଣି ହଜେଇଲା ପରି ।।


ନୟନରୁ ନିଦ ହଜିଗଲା ମୋର

ଦେହ ହେଲା ଅସକତ ,

ସବୁ ଉପଚାର ବିଫଳ ହୋଇଲା

ତୁମ୍ଭକୁ ଲୋଡିଲା ଚିତ୍ତ ।।


ଭାଙ୍ଗିଗଲା ମୋର ସବୁ ଦମ୍ଭ ଏବେ

ତୁମଠାରୁ ଗଲି ହାରି ,

ତଵ ଆଲିଙ୍ଗନ ଦିଅ ପ୍ରାଣବନ୍ଧୁ

ହୃଦୟ ମୋ ଯାଉ ଭରି ।।


ବି ନିରୁପମା।

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।


Rate this content
Log in

Similar oriya poem from Tragedy