STORYMIRROR

jyotsna mayee panda

Classics

3  

jyotsna mayee panda

Classics

ଝୁରେ ସେ ଯମୁନା

ଝୁରେ ସେ ଯମୁନା

1 min
192

ନୀରବତା ମୋର ଆଜି ପଚାରୁଛି

ତୁମେ ଚାଲିଗଲା ପରେ

ସ୍ନେହ ର ସମ୍ପର୍କ ଆଜିବି ଜୀବିତ

ପ୍ରେମ ପାଗଳିନୀ ଝୁରେ ll

ତିଳ ତିଳ ହୋଇ ଜଳେ ମୋ ଜୀବନ

ଯେସନେ ସଞ୍ଜ ସଳିତା

ନିଜ ଚାରିପାଖେ ଅନ୍ଧାର କୁ ଦେଖି

ଭାବିନି ନିଜକୁ ଏକା ll

ଯମୁନା ଜଳ ରେ ଦେଖି ପ୍ରତିବିମ୍ବ

ଆଜି ପଚାରେ ନିଜକୁ

କାହିଁ ଗଲ କାହ୍ନl ଝୁରେ ଏ ଯମୁନା

ଭୁଲିଗଲ ରାଧିକା କୁ ll

କଦମ୍ବ ଵି ଅଛି ଯମୁନା ବହୁଛି

ନାହିଁ ତ ତୁମର ଦେଖା

ସଖା ସହୋଦର ସଭିଏଁ ଅଛନ୍ତି

ଦେଇଗଲା ତୁମେ ଦକା ll

ଝୁରୁଛି ଯମୁନା ଝୁରେ ସେ କଦମ୍ବ

ଝୁରନ୍ତି ଗୋପୀ ଗୋପାଳ

ତୁମ ବଂଶୀ ସ୍ବନ ଆଉ ଶୁଭୁନାହିଁ

ନୀରବେ ଝୁରଇ ମନ ll

ବହୁଛି ଯମୁନା ହୋଇ ଆନମନା

ସତେ ଅବା ସିଏ କାନ୍ଦେ

କଦମ୍ବ ବନ ଟା ମଳୟ ସ୍ବର୍ଶ ରେ

ନୀରବେ ରାଗିଣୀ ତୋଳେ ll

ଫେରିକି ଆସିବ ତୁମେ ନଟବର

ବୃନ୍ଦାବନେ ପଡେ ହୁରି....

ଫଗୁଣ ଅବିର ତୁମକୁ ଝୁରଇ

ସତେ କି ଆସିବ ଫେରି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics