STORYMIRROR

SUKANTA KHANDA

Abstract

4  

SUKANTA KHANDA

Abstract

ଝୁଣ୍ଟିବା

ଝୁଣ୍ଟିବା

1 min
402


ପାଠପଢି଼ ମୁହିଁ ଚାକିରି କରିଲି

   ବହୁତ ଦୂରରେ ଯାଇ

କିଛି ବି ଜାଣେନା ଚାକିରିର କାର୍ଯ୍ଯ

   ସଦାବେଳେ ଝୁଣ୍ଟି ହୋଇ।୧

ଆଖିର ଲୁହରେ ନିତି ଗାଧୋଇଲି

   ନିଆଁଲଗା ଚାକିରିକୁ

ଛାଡି଼ ଚାଲିଯିବି ଗାଆଁକୁ ଆମର

   ଭାବିଲି ବସି ନିଜକୁ।୨

କେତେ ବା ଝୁଣ୍ଟିବି ସମସ୍ଯା ଅନେକ

   ଗୋଟେ ପରେ ଗୋଟେ ଠିଆ

ୟାକୁ ସମ୍ଭାଳିବା କାଠିକର ପାଠ

   କାନ୍ଦିଲି ଧରିକି ରାହା।୩

ସକାଳ ଦଶଟା କାଳରୁ ଚାରିଟା

   ସମୟ ପର୍ଯ୍ଯନ୍ତ ମୁହିଁ

ହନ୍ତସନ୍ତ ବଡ଼ ହେବାପାଇଁ କିଆଁ

   ଏଠାକୁ ଆସିଲି ଧାଇଁ?୪

ମୋର ଲୁହ ଦେଖି ସହ କର୍ମଚାରୀ

   ବୁଝାଇ କହିଲେ ଦିନେ

ଝୁଣ୍ଟୁଛ ବୋଲିକି କଷ୍ଟ ପାଉଅଛ

   ଭାବ କିଆଁ ବସି ଧ୍ଯାନେ?୫

ସୂର୍ଯ୍ଯ ଚନ୍ଦ୍ର ପରି ଯଦିରେ ଚାଲିବା

   କର୍ମ ଭଗବାନ କହି

ସମୟ ସୁଅରେ ଅନନ୍ତ ସନ୍ତୋଷ

   ପାଇବା ନିଶ୍ଚୟ ଭାଇ।୬

ଝୁଣ୍ଟିବା ଆମକୁ ବଢି଼ବା ପାଇଁକି

   ଭଗବାନଙ୍କର ଇଛା

ଯଦିରେ ଝୁଣ୍ଟିକି ପଡି଼ ରହିଯିବା

   ଭବିଷ୍ଯ ହେବକି ଫର୍ଚ୍ଚା?୭

ଏହି କଥାଶୁଣି କୁଣ୍ଢାଇ କହିଲି

   ବନ୍ଧୁ ପରି ବନ୍ଧୁ ତୁମେ

ଉପଦେଶ ଆଉ ଶାନ୍ତନା ପାଇକି

   କର୍ମ କରିବି ମୁଁ ଭୂମେ।୮

ସେହି ଦିନଠାରୁ କଠୋର ଶ୍ରମରେ

   ନିୟୋଜିତ ହୋଇଗଲି

ଝୁଣ୍ଟିବା ହେଉନି ଆଉ ମୋର କେବେ

   ମନୁ ଦୁଃଖ ପାଶୋରିଲି।୯

କୋଟି ଧନ୍ଯବାଦ ଦେଲି ମୁଁ ବନ୍ଧୁକୁ

   ବୁଝିଲି ଝୁଣ୍ଟିବା ଶିକ୍ଷା

ଆଣି ଦେଇଥାଏ ସଭିଙ୍କ ଜୀବନେ

   ଈଷ୍ଟଙ୍କୁ କରିବା ଭିକ୍ଷା।୧୦

       



Rate this content
Log in

Similar oriya poem from Abstract