STORYMIRROR

Debadatta Jena

Romance Tragedy Thriller

3  

Debadatta Jena

Romance Tragedy Thriller

ଝୁଲନ୍ତା ପରିଧି..

ଝୁଲନ୍ତା ପରିଧି..

1 min
240


କେମିତି ଅଛ ମୁଁ ଜାଣିନି, 


ପଚାରିବାକୁ ବି ସାହସ ନାହିଁ, 


ଜାଣିବାର ଅଭିପ୍ରାୟ ଆଜି ଯାଏ କରିନି, 


କାହିଁକି କରିଥାନ୍ତି, କଣ, ସମବେଦନା ଜଣେଇବାକୁ,


କଣ ସମ୍ବୋଧନ କରିଥାନ୍ତି, କଣ ଅସରା ମେଘ ବୋଲି, 


ନାଁ ଝରନ୍ତା ଶ୍ରାବଣ..!


ହଁ,ଜଣାଇବାକୁ ତ ମୁଁ ଅକ୍ଷମ, ଏଇ ତ ମୋ ବିଡମ୍ବନା, 


ମୁଁ ଜାଣେ, ଏ ସବୁ ଆଶ୍ୱାସନା ତୁମ ପାଇଁ ପ୍ରହେଳିକା, 


କାହିଁକି ଭାବିବନି..? କାରଣ, ମୁଁ ଅସଫଳତାର, 


ବିଫଳତାର ପାହାଚ ଉପରେ ନୀରବ ଦ୍ରଷ୍ଟା ସାଜିଥିବା 


ଅତୃପ୍ତ ନାୟକ, କେମିତି ଯୋଡି ପାରି ଥାନ୍ତି


ସେ ଭଙ୍ଗା ମନକୁ,ନିଜେ ତ ନିଜର ଅସମାହିତ 


ଅମୀମାଂସିତ ପ୍ରଶ୍ନବାଚୀ..!


ହଁ, ଆଜି ବି ମୁଁ ନିରୁତ୍ତର, ତୁମ ସେ ପ୍ରଶ୍ନର..


ଆଘାତ ପରେ ଆଘାତ, ମୋ ପାଖରେ ଏଇ ନୀରବ 


ସମୀକରଣ ଛଡା, ଆଉ କଣ ବା ବାକି ଅଛି, ନିଜେ 


ଏବେ ବି ସେ ପ୍ରଶ୍ନର ବିରାମ ଚିହ୍ନ, ତୁମ ଉତ୍ତର କାହିଁ..? 


ଅଛି କିଛି ଅନୁଭୁତିର ଆଳାପ, ଅବଶୋଷର ବିଳାପ, 


କୁଢ଼ କୁଢ଼ ଆର୍ତ୍ତନାଦ, ତନ୍ମଧ୍ଯରେ ମୋ ନିଶୂନ ମନ, 


ପ୍ରାଣ, ଅସରନ୍ତି ମେଘ ଖଣ୍ଡ, ମୋ ଝୁଲନ୍ତା ଶରୀର ସ୍ଥିତି, 


ମୋ ଅସ୍ତିତ୍ୱର ସଂଜ୍ଞା..!


ତଥାପି, ମୁଁ ଆଶା ବାନ୍ଧି ବସିଛି, ମୋ ଶବ୍ଦ ସବୁ 


ସରିଗଲେ, ତୁମେ କ'ଣ ଆସିବ..? ନାଁ ଫେରିଯିବ ତୁମ 


ଗହନ ରାଜ୍ୟକୁ, ମେଘ ଉହାଡରେ, ଅଗନା ଅଗନି 


ବନସ୍ତକୁ ନିଷ୍ଫଳ ମନରେ, କେବେ ମୋତେ ଦେଖି 


ମୁହଁ ମୋଡି ବାଟ ଭାଙ୍ଗି ଚାଲି ଯିବନି ତ..!


ମୁଁ ସିନା ମୋ ଭାବନା କୁ ଅତି ସଂନ୍ତର୍ପଣରେ ତୁମ ଆଗେ 


ପ୍ରକାଶ କରୁଛି, ତୁମେ ତୁମ ଶୀତଳ ହୃଦୟରେ ଏଇ ଅଜଣା 


ଚରିତ୍ରକୁ ଅପରିଚିତ ବୋଲି ଭାବିବନି, ତୁମ ବନ୍ଦ ଆଖି 


ଭିତରେ ଥରେ ଖାଲି ଆଞ୍ଜୁଳାଏ ସ୍ବପ୍ନ ବୋଲି ଭାବି ନେବ, 


ତୁମ ସ୍ବପ୍ନର ସବୁଜ ବଳୟର ସେଇ ପୂର୍ଣ୍ଣ ପରିଧିରେ..!






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance