ଝରକାର ଆରପାଖେ
ଝରକାର ଆରପାଖେ
ନିତି ସଞ୍ଜ ସକାଳେ
ତୋତେ ମୁଁ ଦେଖେ
ଝରକାର ଆରପାଖେ
ଦେଖି ଦେଲା ପରେ ତୋତେ
ମୋ ମନ ହୃଦୟ ଖାଲି
ଘୂରିବୁଲେ ତୋ ପାଖେ ପାଖେ
ଯେତେ ଯେତେ ତୋତେ ମୁଁ ଦେଖେ
ନିଶାଚର ପ୍ରାଣୀ ପରି ଅନିଦ୍ରା ରେ
ତୋ ରୂପ ଚେହେରା କୁ ଦେଖେ
ମୋ ପାଖେ ପାଖେ
ହେଲେ ତୁ ଥାଉ ଝରକାର ଆରପାଖେ
ମୋତେ ଲାଗେ ତୁ ଅଛୁ ମୋ ପାଖେ ପାଖେ ।
ତୁ ଥାଉ ଝରକାର ଆର ପାଖେ
ତୋ ଦେଖିବା ବାହାନାରେ
ମୁଁ ଉଣ୍ଡେ ଯାଇ ତୋତେ ଖରାବେଳଟାରେ
ତୋ ଝରକା ଫାଙ୍କେ
ପର୍ବ ପର୍ବାଣୀ ରେ
ତୋ ହସିଲା ମୁହଁକୁ ଟିକେ ଦେଖେ
ଜାଣି ନ ଜାଣିଲା ପରି ଦୂରରୁ ଥାଇ
ମୁହଁ ମୋଡି ଦାନ୍ତ ନେଫେଡି
ଦେଉ ଯେମିତି ମୋତେ
ପ୍ରେମର ତୋର ଜବର ଧକେ
ଏ ମନ କ'ଣ ଆଉ ବୁଝୁଛି
ମୁଁ ରହିବି ଝରକା ଏପାଖେ
ଆଉ ତୁ ରହିବୁ ଝରକାର ଆରପାଖେ ?
ତୋର ମୋର ମିଳାମିଶା କୁ
ଆଜିକାଲି ଆଉ ପସନ୍ଦ
କରୁ ନାହାଁନ୍ତି ଲୋକେ
ବୁଢା ତ ବୁଢା ସହି ନ ପାରନ୍ତି
ଆମ ସାହିର ମୋ ସାଙ୍ଗ ସାଥୀ ଟୋକେ
ବେଶୀଦିନ ଆଉ ତୁ ରହୁବୁନି
ଝରକାର ଆରପାଖେ
ବାପା ବୋଉଙ୍କୁ କହି
ନାହାକ ପଣ୍ଡିତ ଡାକି
ତିଥି ବାର ଟିକେ ଦେଖେ
ଏସନ ନହେଲେ ଆର ସନକୁ
ହାତ ଗଣ୍ଠି ତ ଆମକୁ ଡାକେ
ତୁ କହିବୁ କିଛି ଆଉ ମୁଁ କହିବି କିଛି
ମିଳନର ପର୍ବ ଆମ ପାଖେଇ ଆସୁଛି
ନ ରହିବୁ ତୁ ଆଉ
ଝରକାର ଆରପାଖେ
ଆଉ ଦାଣ୍ଡରେ ହାଟରେ
ନ କହିବେ କିଛି ଲୋକେ ।