STORYMIRROR

Abhiram Mandal

Abstract

3  

Abhiram Mandal

Abstract

ଝରାପତ୍ରର ଇତିବୃତ୍ତି

ଝରାପତ୍ରର ଇତିବୃତ୍ତି

1 min
105

ବୃନ୍ତଚ୍ୟୁତ ପତ୍ରଟିଏ ପରି,

         ଉଡ଼ିଯାଏ ପବନରେ,

ହଲିଝୁଲି ଭାସୁଥାଏ, କେବେ ଏପାଖ,

କେବେ ସେପାଖ, ଜାଣେନା ମୁଁ ,

ପଡିବି କେଉଁଠି, କଣ୍ଟାବଣ,

         ଅବା ଗହୀର ଖାଇରେ


ପାଶୋରିଛି ଅତୀତକୁ ଆଜି,

         ହରାଇଛି ସବୁଜିମା,

ଜୀବନଟା ଲାଗେ ଆଜି,

ସବୁ ଶୁଷ୍କ, ଏ ପତ୍ରଝଡା ଋତୁରେ,

ଭୁଷୁଡିଛି ସ୍ୱପ୍ନର ପ୍ରାସାଦ,

          ମନ ବଗିଚା ମୋ ହୋଇଛି ଅରମା


ଯନ୍ତ୍ରଣାର ଶେଷ କେଉଁଠାରେ,

           ତୁମେ କି ପାରିବ କହି

ତୁମରି ତ ଦାନ ଇୟେ, ମୋ ପ୍ରଶ୍ନର ଉତ୍ତର,

ଅଛି ତୁମ ପାଶେ ? ତୁମେ କି ଉତ୍ତର ଦେବ ଜାଣେ,

           କହିବ , ତୁମେ କିଏ ମୁଁ ଚିହ୍ନି ନାହିଁ


ପତ୍ର ଥରେ ଝଡ଼ିଗଲା ପରେ,

          ଡ଼ାଳ ତାକୁ ଚିହ୍ନେ ନାହିଁ,

ନୂତନ ପତ୍ରକୁ ଆପଣାର କରେ,

ତୁମେ ବି ତ କରିଅଛ, ଆଉ ମତେ

ଚିହ୍ନିବ କିପରି, ଖସିଛି ପରା ମୁଁ,

             ଝରା ପତ୍ରଟିଏ ହୋଇ


ହରାଇଛି ଅସ୍ତିତ୍ଵକୁ ମୋର,

              ରହି ପତ୍ର ଗଦା ତଳେ,

ଅପେକ୍ଷା କରିଛି ମୁହିଁ,

କେଉଁ ଏକ ଅଜଣା ହାତକୁ,

ତୋଳିନେବ ଅତି ଆଗ୍ରହରେ,

             କରିବ ଜାଳେଣି ରନ୍ଧନର ବେଳେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract