STORYMIRROR

Tapaswini DashSarangi

Abstract Tragedy Others

3  

Tapaswini DashSarangi

Abstract Tragedy Others

ଝରା ଶେଫାଳୀ

ଝରା ଶେଫାଳୀ

1 min
427

କିଏ ବା ବୁଝିଛି ଶେଫାଳୀ ଦୁଃଖକୁ

କିଏ ଜାଣିିିଛିି ତା' ଖେଦ

କିବା ଦୁଃଖ ସିିଏ ବୁୁକୁରେ ସାଇତି

କିଏ କରିବ ତା ଭେଦ।

ତିମିର ଘୋଡିଆ ଯାମିନୀ କାଳକୁ

କାଇଁ ସିଏ ଭଲ ପାଏ

ସୁଗନ୍ଧଗନ୍ଧା ସେ ରଜନୀ ସୁୁୁ୍ନ୍ଦରୀ

ନୀରବେ କି କ୍ଳେଶ ସହେ।

କଳଙ୍କର ରଙ୍ଗ ବୋଳା କି ହୋଇଛି

ଅପସରା ଗୋରା  ଅଙ୍ଗେ

ଅଳସି ଚପଳା ଲାବଣ୍ୟବତୀ ସେ

ବିରହେ କୋହକୁ  ଭାଙ୍ଗେ।

ନିଶି କାଳିମାରେ ଅବା ଗୁପତରେ

ସିଏ ପ୍ରଷ୍ଫୁଟିତ ହୁଏ

ସବିତାଙ୍କ ସ୍ପର୍ଶ ସହି ନ ପାରିକି

ମଉଳି ସେ ଝରି ଯାଏ।

ଝରା ଶେଫାଳୀ ଲୋ କହି ଥରେ ଯାଅ

ତୋ ମନ ଗୁମର କଥା

କିଏ ସେ ଚୋରେଇ ନେଇଛି ତୋ ମନ

କିଏ ଦେଇଗଲା ବ୍ୟଥା।

ସନ୍ତାପିତ ମନେ ଉପରେ ହସୁଛୁ

ଦେଉଛୁ ଅନ୍ୟକୁ ସୁଖ

ତୋହର ସୁଗନ୍ଧେ ସଭିଙ୍କ ହୃଦୟୁ

ଦୂର ହୁଏ ସବୁ ଦୁଃଖ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract