STORYMIRROR

Panchanan Jena

Romance

4  

Panchanan Jena

Romance

ଝପାକୁ ଝପା

ଝପାକୁ ଝପା

1 min
8

ଝିପି ଝିପି ବରଷାର ଝଡି

ମୋ ହଁସା ଯାଏ ଉଡି

ନିଃସଙ୍ଗ ଯାତ୍ରୀ ମୁଁ ଯାଯାବର

ମନ ଗହନରେ ହୁଏ ଦହନ

ଯାଆନ୍ତି କି ମୋ ପ୍ରାଣପ୍ରୀୟା ପାସେ ଉଡି

ଯାବୋଡି ଧରନ୍ତି ଭିଡ଼ି

ଟାଙ୍ଗରା ଭୂଇଁ ବି ଫଳନ୍ତା 

ନମାନି ବିଲ ବନ୍ଧ ହିଡ ଫାଡି ।


ହେଇ ଦେଖ !

ଜ୍ୟେଷ୍ଠ ଦୁର୍ବାସାର ରୁଦ୍ର ଦାବାନଳେ

ତାତିଛି ଧରଣୀ

ତାତିଛି ଏ ମନ ଧମନୀ

ଦୁଇ ହାତ ପ୍ରସାରି

ବର୍ଷା ବିନ୍ଦୁରେ ତରଳୁଛି

ମନ ତଳେ ସାଇତା

 ତପ୍ତ ଯୌବନ ବୈତରଣୀ ।


ହେଇ ଦେଖୁନ ଦେଖ !

ବିରହ ଜ୍ୱାଳାରେ ଅଙ୍ଗେ ଅଙ୍ଗେ ଉମଙ୍ଗ

ବାରିଦ ଫାଙ୍କରେ ଭାବିବିସେ ତୁମ ବର୍ଷାଭିଜା

କମନୀୟ ସର୍ବାଙ୍ଗ

ରମଣୀୟ ଅଙ୍ଗବାସରେ ଦିଶେ ପ୍ରେମର ଫଗୁଣ

ଟୁପୁରୁ ଟୁପୁରୁ ମୁର୍ଚ୍ଛନାରେ ଫୁଟେ ଶତ କଦମ୍ବର ସିହରଣ ।


ସତ କହୁଛି

ବର୍ଷାର ଟୋପା 

ପାପୁଲି ଛୁଇଁବା ବେଳକୁ

ତନୁରେ ମନରେ ହାସ୍ୟରେଖା

କାମନା ଜର୍ଜରିତ ମୁଦ୍ରାରେ

ଆକ୍ତାମାକ୍ତା ମୁଖରେଖା ।


ମୁଁ ବି ଜାଣିଛି ଯିବା ଅସମ୍ଭବ

ମେଘ ମେଦୁର ରଜନୀ

ମୁଁ ବି ଭାବି ନେଉଛି

 ପ୍ରୀୟ। ମିଳନ ଅନିଶ୍ଚିତ

କମ୍ପୁଛି ଅବନି ମେଦିନୀ ।


ମାତ୍ର ଭାବିବାରେ ନାହିଁ ଲଗାମ

କଳ୍ପନା ବିଳାସ ହିଁ ଉତ୍ତମ ମାଧ୍ୟମ

ମନ ବି ଖୁସ୍

ମୟୁଖ ବି ଖୁସ୍

ଇଚ୍ଛା ବି ଲମ୍ବିଗଲା ଅନନ୍ତ ନୀଳ ଜିମୂତ ପରି

ଢ଼େଉ ମାରି

ଅନିଚ୍ଛା ବି କୁଣ୍ଡଳି ମାରି କରେ ଗୁହାରୀ

ବରଷି ଯାଅ ଝପାକୁ ଝପା

ଇଚ୍ଛା ଅନିଚ୍ଛାକୁ ଫେଣ୍ଟି ଦେଇ 

ମେଣ୍ଟୁଥାଅ ଆଦିମ ତୃଷ୍ଣା ଖେପାକୁ ଖେପା ।


Rate this content
Log in

Similar oriya poem from Romance