ଜହ୍ନରାତି
ଜହ୍ନରାତି
ପହିଲି ପ୍ରେମର ସାର୍ଥକ ନିମନ୍ତେ
ଚାହୁଁଥିଲା ଏହି ହୃଦ
କେତେ ଯେ ଭାବନା ଲେଖିଛି ଚିଠିରେ
ଚିରିଛି ଅନେକ ଫର୍ଦ୍ଦ ।
ଅପାସୋରା ସେହି ବିଜନ ବେଳାର
ପ୍ରିୟା ସହ ଲଗାଲଗି
ମିଛଟାରେ କେତେ ଝଗଡା ଘଟିଛି
ଅଳପ କଥାରେ ରାଗି ।
ନ ରାଗିଲେ କଣ ମିଠା ଲାଗେ କି ଯେ
ପ୍ରିୟାର ଅଝଟ ପଣ
ବୁଝୁଥିବା ସାଥି ସବୁ ବୁଝି ଯାଏ
ହୃଦୟେ ଫୁଟାଇ ବାଣ ।
ଅକୁହା କଥାକୁ କହିବାକୁ କେବେ
ଖୋଜାପଡ଼େ ଜହ୍ନରାତି
ଦୁହେଁ ପାଖାପାଖି ମୁହଁ ଦେଖା ଦେଖି
ହୃଦୟେ ପ୍ରଖର ଗତି ।
ଜହ୍ନ ଆଲୁଅରେ ପ୍ରେମର ଗୁମର
ହୋଇଯାଏ ଭାଗବଣ୍ଟା
ମନେ ସୃଷ୍ଟି ହୁଏ ରୋମାଣ୍ଟିକ ଭାବ
ଦେଖି ପ୍ରିୟା ସରୁଅଣ୍ଟା ।।

