STORYMIRROR

Arundhati Jena

Romance Others

2  

Arundhati Jena

Romance Others

ଜହ୍ନରାତି

ଜହ୍ନରାତି

1 min
39

      

ଜହ୍ନରାତି ଯେବେ ମଧୁର ତାନରେ

           ପ୍ରେମ ର ସଙ୍ଗୀତ ଗାଏ

କେଜାଣି କାହିଁକି ନ ଚାହିଁବି ମନ

            ଆପେ ଆପେ ଟାଣି ହେଇଯାଏ।

ଏକି ଅନୁଭବ ଜାଣି ମୁଁ ପାରେନା

          ମନ ବୋଲ ପାଦ ମାନି ନିଏ

ମସ୍ତିଷ୍କ ରେ ଯାହା ଆତଯାତ ହୁଏ

          ମନ ମାନିବାକୁ ରାଜି ନୁହେଁ।

ସ୍ମୃତି ଝରକା ମୋ ଆପେ ଖୋଲିଯାଏ

              ଜୋଛନା ର ଶୀତଳତା ରେ

ଗୁଞ୍ଜରିତ ହୁଏ ପ୍ରେମ ର ଝଙ୍କାର

               ଏଇ ହ୍ରୁଦୟ ତନ୍ତ୍ରୀ ରେ ।

ଭାରି ଭଲ ଲାଗେ ମିଠା ମିଠା ସ୍ମୃତି

             ସାଉଁଟି ନେବାକୁ ପାପୁଲି ରେ

ଜହ୍ନ ରାତି କାହିଁ ମନକୁ ମୋହର

              ବାରମ୍ବାର ଭିଜାଏ ପ୍ରେମରେ।

ଅନେକ ଭାବନା ଧସେଇ ପଶନ୍ତି

           ମୋର ନିରୀହ ମନରେ

ଆନମନା ମନ ହୁଏ ଯେ ଉଚ୍ଛନ୍ନ

            ଭରିଯାଏ କାହିଁ ଉଷ୍ମତାରେ।

ଅନାବନା ଫୁଲ ର ସୁରଭି କାହିଁକି

             ମନକୁ ମୋ ଭାରି ଛୁଇଁଯାଏ

ପ୍ରେମର ମଳୟ ଯୌବନକୁ ଚାହିଁ

               ଖୋଲା ହସ ଟିଏ ହସି ଦିଏ।

ନିଆରା ଏ ପ୍ରେମ ନିଆରା ଏ ରାତି

           ନିଆରା ଜହ୍ନ ର ପ୍ରେମ ର ଗିତୀ

କ୍ଷଣକୁ କ୍ଷଣ ଏ ବଢଉ ଥାଏରେ

           ଦେହରେ କାହିଁକି ତାତି।

ଜହ୍ନ ହସୁଥାଏ ମୁରୁକି ମୁରୁକି

               ମୋ ଲାଜକୁ ଦେଖିକରି

ମୁଁ ଭାବୁଥାଏ ଏଇ ଜହ୍ନ ରାତି

               ନଯାଆନ୍ତା କେବେ ସରି।

 ଜହ୍ନରାତି ଯେବେ ମଧୁର ତାନରେ

           ପ୍ରେମ ର ସଙ୍ଗୀତ ଗାଏ

କେଜାଣି କାହିଁକି ନ ଚାହିଁବି ମନ

            ଆପେ ଆପେ ଟାଣି ହେଇଯାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance