Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Snigdha Samantaray

Romance

3  

Snigdha Samantaray

Romance

ଜହ୍ନର ଠିକଣା

ଜହ୍ନର ଠିକଣା

1 min
177


କୁଆଁରୀ ମନର ମୁଠା ମୁଠା ସ୍ବପ୍ନ

କଳ୍ପନା ସିନ୍ଧୁକେ ରଖି

ଜହ୍ନର ଠିକଣା ଖୋଜଇ ରାତିରେ

ପ୍ରୀତିର ପୀୟୂଷ ମାଖି ।


ଦୁଇପକ୍ଷ ସଦା ଆଗପଛ ହୋଇ

ଆସନ୍ତି ବିଧିର ବଳେ

ପୁନେଇଁ ଚାନ୍ଦର ବାହୁ ବଳୟରେ

ଝୁମନ୍ତି ଜୋଛନା କାଳେ ।


ଆକାଶ ବକ୍ଷରେ ରୂପେଲି ଜହ୍ନଟି

ଶୁଭ୍ରତାରେ ହସୁଥାଇ

ପାହାନ୍ତା ପ୍ରହରେ ଠିକଣା ଖୋଜଇ

ଆନମନା ପ୍ରିୟା ହୋଇ ।


ପ୍ରୀତିର ଅନନ୍ୟା ସପନ ଝୁଲଣା

ତୋଳିବ ଜହ୍ନରେ ଘର

ଆକାଶର ଚାନ୍ଦ ଲୁଚିଛି ବାଦଲେ

ଲୁଚକାଳି ଖେଳ ତାର ।


ଅବୁଝା ମନକୁ ବୁକୁ ତଳେ ଚାପି

ସତେକି ସମାଧି ଲଗ୍ନା

ନୀଳ ନୀଳିମାର ବିସ୍ତୃତ ଶଯ୍ୟାରେ

ଅନ୍ୱେଷଣେ ସ୍ମୃତିପର୍ଣ୍ଣା ।



Rate this content
Log in

Similar oriya poem from Romance