STORYMIRROR

Ajit Kumar Raut

Tragedy

4  

Ajit Kumar Raut

Tragedy

ଜହ୍ନ

ଜହ୍ନ

1 min
314


ଋତୁ ଚକ୍ରେ ଯହିଁ ଧାରାର ଶ୍ରାବଣ ବର୍ଷା ଘନଘନ କାହିଁ,

ପ୍ରଚଣ୍ଡ ଖରାରେ ଶୁଖୁ ଅଛି ଭୁଇଁ

ସ୍ବଚ୍ଛତା ଆକାଶେ ଯହିଁ।

ଜହ୍ନ ଜ୍ୟୋସ୍ନା ତହିଁ ଦେଉଛି ସଙ୍କେତ କିବା ବର୍ଷା ହେବ ନାହିଁ,

ଚିନ୍ତିତେ ଦୁଃଖିତେ କୃଷକ ଅଛନ୍ତି

ଚାଷ କାର୍ଯ୍ୟ ହେବ କାହିଁ।

ସବୁଜର ଦୃଶ୍ୟ ନାହିଁ ଶ୍ରାବଣରେ ଦୁର୍ଭିକ୍ଷ ଲକ୍ଷଣ କିବା,

ଶୁଖିଲା ଜମିରେ ହେବ କି ଫସଲ

ମହି ପାପଭାରେ କିବା।

ନାହିଁ ପୂର୍ଣ୍ଣଗର୍ଭା ନଦୀ ଓ ପୋଖରୀ ଶୁଖିଲା ପଡ଼ିଛି ସବୁ

ନାହିଁ ବେଙ୍ଗ ଶବ୍ଦ କର୍ଣ୍ଣପାତ ଦିନେ

ଦୁର୍ଭିକ୍ଷ ଲକ୍ଷଣ ସବୁ।

ଦୁଃଖର ଠିକଣା ଅନ୍ନଦାତଙ୍କର ପାରିବ ବର୍ଣ୍ଣିବା କିଏ,

ଅପାର ଯନ୍ତ୍ରଣା ଗୃହରେ ତାଙ୍କର

ଚାଷ ଜମି ଦେଖି ହୁଏ।

ଗୃହ ଆବଶ୍ୟକ ପୂରଣ ତାଙ୍କର କିପରି ଗୃହରେ ହେବ,

ନାହିଁ ବର୍ଷା ଯହିଁ ଶ୍ରାବଣ ମାସରେ

ଅନ୍ନରେ କାହୁଁରୁ ହେବ।

ହାତ ଦେଇ ମୁଣ୍ଡେ ବସିଛି କୃଷକ ଦେଖୁ ଅଛି ଜମି ତାର,

କି କଲୁରେ ଧାତା କେଉଁ ନୀଳା ତୋର

ଶ୍ରାବଣ କରେ କାତର।

ସୂର୍ଯ୍ୟର କୀରଣ ଦିନରେ ପ୍ରଖର ସହିବାରେ ଅସମ୍ଭବ

ରାତ୍ରି ସାରା ଜ୍ୟୋସ୍ନା ନିର୍ମଳ ଆକାଶ

ଜହ୍ନ ତହିଁ ଆବିର୍ଭାବ।

ଦେଖି ନାହିଁ ଦିନେ ରୂପ ଶ୍ରାବଣର ବର୍ଷା ଶୁନ୍ୟ ଶୁଭାରମ୍ଭ

ହାହାକାର ତହିଁ କୃଷକ ଭାଇରେ

ଦୁର୍ଭାଗ୍ୟ ହେଲା ପ୍ରାରମ୍ଭ।

ଦୁର୍ଭିକ୍ଷ ଯନ୍ତ୍ରଣା ନଦିଅ ଠାକୁର ବର୍ଷା ହେଉ ଘନଘନ

କାର୍ଯ୍ୟ କୃଷକର ଅନ୍ନ ଉତ୍ପାଦନ

ବିଘ୍ନ କର ସମାଧାନ।

ବର୍ଷା ଋତୁ ପରା ଧାରା ଏ ଶ୍ରାବଣ ଚାଷ ପାଇଁ ଏହୁ ଦିନ,

ଚାଷ କାର୍ଯ୍ୟ ହେଉ ବର୍ଷା ହେଉ ତହିଁ

ରଖହେ ଚାଷୀର ମାନ।

ଚାତକ ପରିଟି କୃଷକ ଦେଖୁଛି ଦିନରାତି ଆକାଶକୁ

ନାହିଁ ରେ ବାଦଳ ଆକାଶ ନିର୍ମଳ

ଦେଉଛି ଯନ୍ତ୍ରଣା ତାକୁ।


Rate this content
Log in

Similar oriya poem from Tragedy