ଜହ୍ନ
ଜହ୍ନ
ଆକାଶ ରେ ଚାନ୍ଦ ଥିଲା ଭାରି ଚମତ୍କାର
କବି ଅନ୍ୟମନସ୍କ ହୁଏ ଦେଖି ଥରକୁ ଥର ।
ଚାନ୍ଦ ନଥିଲେ କିଏ କାହିଁକି ଆନମନା
ହୁଅନ୍ତା ଏତେଥର ବାରବାର ବରାବର ।
ସବୁ ଦୋଷ ତ ଚାନ୍ଦର, କବିତା ମନସ୍କ
କରିବାରେ ଧୁରନ୍ଧର ଏକାନ୍ତ କାରିଗର ।
ବେଳେ ବେଳେ ଇଚ୍ଛା ହୁଏ ସମ୍ପର୍କ ଏଥର
ଛୀର୍ଣ୍ଣ କରିବି ଅବା ପିଇ ଦେବି ନୀଳ ଜହର ।
ଚାନ୍ଦ ହସିଦିଏ,ଆଖିମାରିକହେ ପ୍ରମାଣ ତ କର
ଏତେ କାଇଁ ଭଲଲାଗେ ଦେଖିବାକୁଇଚ୍ଛା ଶହେଥର ।
ସେଦିନ ଆଉ ଦେଖିବିନି କରିଥିଲି ମନେ ମନେ ସ୍ଥିର
ହେଲେ ମୋ ଛିନଛତ୍ର ଚାଳର ଛପର ଭିତର ।
ଉଙ୍କି ମାରୁଥିଲା ଜହ୍ନ ସେଇବାଟେ ମତେ ଏତେ ଥର
ଜୀବନର ଏକମାତ୍ର ଏକାନ୍ତ ସାହାରା ଜହ୍ନକୁ ।
ଗୋଟେଇପୋଟେଇ ସାଉଁଟି ଲେଖୁଥିଲି କବିତାମୋହର
ପେଟ ପୁରୁ କି ନପୁରୁ ଜହ୍ନ ଓ କବିତା ଭିତରେ ।
ମୋ ସ୍ବପ୍ନ ସାମର୍ଥ୍ୟ ସମ୍ଭାର ସବୁ ଏକାକାର
ସତରେ ଜହ୍ନରେ କରନ୍ତି ଘରଟି ନିଜର ।
ଯାଉଥାନ୍ତି ଆସୁଥାନ୍ତି ଥରକୁ ଥର ବାରବାର
ଜହ୍ନ କୁ କହନ୍ତି ବନ୍ଧୁଟିଏ ଅଛି ପୃଥିବୀ ପୃଷ୍ଠର ।
ଜହ୍ନ କହନ୍ତା ମିତଣୀ କରନା ମତେ ପର
ହସି ହସି କହନ୍ତି ଜହ୍ନରେ ମୁଁ ନୁହେଁ କାହାର ।
ମୋ ସମାଧୀ ଦେବ ଯିଏ ଫୁଲ ଆଞ୍ଜୁଳିର
ଜାଣିବି ଭଲପାଏ କେତେ ମତେ ମିତ ସିଏ ମୋର
ଶୁଣି ଜହ୍ନ ହସି କହେ ମିତ ତୁ ବୁଦ୍ଧିମତୀ ମୋର l
