STORYMIRROR

Debadatta Jena

Abstract Others

3  

Debadatta Jena

Abstract Others

ଜହ୍ନ

ଜହ୍ନ

1 min
202


ହଁ.. ତୁମେ ହିଁ ତ ଜହ୍ନ, 


ତୁମ ଦେହେ ଅନେକ ଶୀତଳତା, 


ଚିକ ମିକ ଜ୍ୟୋସ୍ନା,


ବୁକୁରେ ତୁମ ଅସରନ୍ତି ଶିହରଣ, 


ମହ ମହ ମାଦକତା, 


ରିମ ଝିମ ସ୍ନିଗ୍ଧ ସୁଶୀତଳ ଛାୟା, 


ରୋମନଥିତ କାଂକ୍ଷା, 


ଏଇ ମନ, ଆକାଶର ଜହ୍ନ..!


ଅନେକ ସର୍ବନାମର ସମାହାର, 


ବିଶେଷ୍ୟ ଓ ବିଶେଷଣ, 


ଅସୁମାର ବିଶେଷତ୍ୱ, 


ବିଧୌତ ରଜନୀର ନିଶାକର, 


ଶଶାଙ୍କ ଶେଖର, ଇନ୍ଦୁ, 


ତୁମେ ମତି,ନିଶାକର,ଶଶଧର, 


କଳା ନିଧି, ସୁଧାଂଶୁ, 


ନକ୍ଷତ୍ରଶଃ,ପୁଣି ଚନ୍ଦ୍ରମା ଓ ବିଧୁ, 


କୁମୁଦ ବାନ୍ଧବ,ପୁଷ୍ପ ବଂଧୁ, 


ତୁମେ ଶୁଭ୍ର, ଶୁଭ୍ରାଂଶୁ, ହିମାଂଶୁ, 


କ୍ଷପକାର ଆଉ ଅବଜ୍ଜ, 


ତୁମେ ହିଁ ତ ଚନ୍ଦ୍ର,ଚନ୍ଦ୍ରଶେଖର, 


ଶଶୀ, ଆକାଶର ଜହ୍ନ..!


ଦେହରେ ତ ତୁମ ଅନେକ ସଂଘାତ, 


ଘାତ, ପ୍ରତିଘାତର ପଦ ଚିହ୍ନ, 


ଅର୍ବୁଦ ବର୍ଷର ସ୍ମୃତି ଚିହ୍ନ, 


କଳଙ୍କର ଶ୍ଲେଷ, ସୃଷ୍ଟି ଅବଶେଷ, 


ବକ୍ଷରେ ଅଂଶୁ,ସାରାଂଶ, 


ଦେହରେ ଅଛି ଅନେକ ଆକର୍ଷଣ, 


ଵିକର୍ଷଣର ସମ୍ମୋହନ, 


ସମ୍ମୋହନେ କର ସଦା ଆକର୍ଷିତ, 


ସ୍ଵଦେହରେ କିଛି ନଗଣ୍ୟ 


ବାୟୁ ମଣ୍ଡଳ,ଏତାଦୃଶ ଆସ୍ତରଣ, 


ତଦ୍ରୁପ,ଦୁର୍ବଳ ମାଧ୍ୟାକର୍ଷଣ 


ଚିର ଆକୃଷ୍ଟ,ସଚରାଚର.. !


ହଁ..,ହୃଦୟରେ ତୁମ ପୂର୍ଣ୍ଣ ବ୍ୟାସ, 


ନିରକ୍ଷୀୟ ବ୍ୟାସ,ବ୍ୟସାର୍ଦ୍ଧ, 


ପୂର୍ଣ୍ଣ ପରିଧି,ଗୋଲକ,ଗୋଲାର୍ଦ୍ଧ, 


ସବୁ ପରେ ବି ତ ତୁମେ, 


ତୁମେ ଲଭ କ୍ଷୟ ପ୍ରାପ୍ତ, 


ତୁମ ଦେହେ ମୃତ ପ୍ରାୟ ଲାଭା 


ଏବଂ ଆଗ୍ନେୟଗିରି ସୁପ୍ତ..!


ତଥାପି, ତୁମେ ତ ଆଶ୍ୱସ୍ତ..!!


ତୁମେ ସଦା ପ୍ରଜ୍ଜଳିତ, 


ତୁମ ଦେହେ ବିଭୋରତା ପଣ, 


ସୂର୍ଯ୍ୟ ରଶ୍ମୀର ପ୍ରତିଫଳନ, 


ପ୍ରତିସରଣ ଓ ପ୍ରତିଫଳନ ସୃଷ୍ଟ, 


ସ୍ୱଳ୍ପ ତରଙ୍ଗ ଆଚ୍ଛାଦିତ, 


ତୁମେ ସ୍ୱଚ୍ଛ ଜ୍ୟୋତି ଆଲ୍ହାଦିତ, 


ଈଷତ,ଲାଲ ବର୍ଣ୍ଣ ରୂପ..!


ପୃଥିବୀର ଆବର୍ତ୍ତନରେ ବି ତୁମେ 


ସ୍ୱୟଂ ଆବର୍ତ୍ତ ଓ ଘୁର୍ଣ୍ଣନ, 


ସମାନ ଆବର୍ତ୍ତନ ଓ ପରିକ୍ରମଣ, 


ତେଣୁ ସଦା ପାର୍ଶ୍ଵ ଦୃଶିତ, 


ତୁମ ଆକର୍ଷଣେ ଚିର ଆକର୍ଷିତ 


ସାଗର ଲହରୀ ତରଙ୍ଗ, 


ସଦା ବାଂଛିତ ଯେ ତୁମେ, ତୁମ 


ମନେ ଅନେକ ସମ୍ମୋହନ, 


ସମର୍ପିତ ସମ୍ମୋହନେ ତ ତୁମେ, 


ଆଣ ଭଟ୍ଟା ଓ ଜୁଆର..!


ତୁମେ କେବେ ସ୍ୱୟଂପୂର୍ଣ୍ଣ,ସ୍ୱଚ୍ଛ ବର୍ଣ୍ଣ 


ଅବା କେବେ ନୀଳ ବର୍ଣ୍ଣ, 


ହଁ ତୁମେ ହିଁ ତ ଜହ୍ନ,ଆଉ ତୁମ ମନ, 


ତୁମେ ହିଁ ମଧୁର ସମ୍ମୋହନ,


ତୁମେ ହିଁ ତ ସ୍ବପ୍ନ,ସେ ସପନ ମିତ 


ଜୀବନ ଆକାଶ ଚିର ଆକର୍ଷଣ..!


ତୁମ ପାଇଁ ଫୁଲ ବାସ୍ନା, 


     ସ୍ବପ୍ନ ହୁଏ ମଧୁ ଲଗ୍ନା, 


ଫୁଲ ବୁଣେ ପୁଷ୍ପ ରାଗ, 


     ମନେ ଆଣେ ଅସ୍ତରାଗ, 


ଯେତେ ରାଗ ଅନୁରାଗ, 


    ସତ୍ୟ ନିତ୍ୟ ଚିରନ୍ତନ,


ତୁମେ ହିଁ ତ ଜୀବନ ସଂଗୀତ..!!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract