STORYMIRROR

Tapaswini DashSarangi

Classics

4  

Tapaswini DashSarangi

Classics

ଜହ୍ନ

ଜହ୍ନ

1 min
24.1K

ନିଶାମଣି ଆଗୋ ଦିରିବ ସୁନ୍ଦରୀ

              କରୁଅଛ କେତେ ମାନ

ଭଲ ପାଇବାର ପ୍ରତୀକ ତୁହି ଲୋ

           ପାଉ କେତେ ସନମାନ।

ସତରେ ଶଶୀ ଲୋ ସରଗ ପୁରରେ

           ପତିଆରା ମେଲାଇଛୁ

ବାଦଲ ଉହାଡେ କେତେ ଶରଧାରେ

           ଲୁଚକାଳି ତୁ ଖେଳୁଛୁ।

ତୋହରି ପାଇଁ ଲୋ ଆଲୋ ଅପସରି

          କବିତା ଲେଖଇ କବି

କଳାକାର ଟିଏ ତୁଳୀର ମୂନରେ

          ଆଙ୍କଇ ତୋହର ଛବି।

ସେଥିପାଇଁ ତୁ କି ସଜେଇ ହେଉଛୁ

         ସରସୀରେ ଦେଖି ମୁଖ

ଫୁଲେଇ ଜହ୍ନ ତୋ ଉପମା କି ଦେବି

           ତୁ ଅଟୁ ରଜନୀ ସୁଖ।

           


Rate this content
Log in

Similar oriya poem from Classics