STORYMIRROR

Bharatabandhu Biswal

Classics Inspirational Others

3  

Bharatabandhu Biswal

Classics Inspirational Others

ଜାଗର

ଜାଗର

1 min
253



ମହାଶିବରାତ୍ରୀ ଆଜି ଜାଳି ଜାଗର

ଚାଲ ଆମେ ପୂଜିଯିବା ଶିବଶଙ୍କର ।


ଜୟ ପ୍ରଭୁ ଜଗଦୀଶ ଭୋଲା ମହେଶ୍ୱର

ହର ହର ମହାଦେବ ନାଥ ଯୋଗେଶ୍ୱର

ଜଟାଜୁଟ ବିମଣ୍ଡିତ ଭାଲେଚନ୍ଦ୍ର ସୁଶୋଭିତ

 ପ୍ରଭୁ ଗଙ୍ଗାଧର ।

ଚାଲ ଆମେ ପୂଜିଯିବା----


ଅଦ୍ଵୈତ ଅନନ୍ତ ଲିଙ୍ଗରାଜ ବିଶ୍ୱନାଥ

କାମାନ୍ତକ ବିରୁପାକ୍ଷ ପ୍ରଭୁ ଲୋକନାଥ

ଭଜମନ ମୃତ୍ୟୁଞ୍ଜୟ ଜପମନ ବୀଜ ମନ୍ତ୍ର

ପ୍ରଣବ ଓଁକାର ।

ଚାଲ ଆମେ ପୂଜିଯିବା----


ବୈଦ୍ୟନାଥ ନୀଳକଣ୍ଠ ସ୍ୱ।ମୀ ପଞ୍ଚାନନ

ଆଶୁତୋଷ ତ୍ରୈୟମ୍ବକ ପ୍ରଭୁ ତ୍ରିଲୋଚନ

 ଉମାକାନ୍ତ କୃପାକର ଦୁଃଖ ହର ଦିଗମ୍ବର

ନମଃ ମହେଶ୍ୱର ।



Rate this content
Log in

Similar oriya poem from Classics