ନମଃ ଶିବାୟ
ନମଃ ଶିବାୟ
ସୁଅର ମୁହଁ ରେ ପତର ସମାନ
ଅକିଞ୍ଚନ ଅସହାୟ ,
ହେ ଭବ ନାଉରୀ ତୁମେ ହିଁ ଭରସା
ଦୁଃଖୀ କୁ କୁଳେ ଲଗାଅ ,
ଓଁ ନମଃ ଶିବାୟ, ଓଁ ନମଃ ଶିବାୟ,
ଓଁ ନମଃ ଶିବାୟ ।
ସର୍ବ ଶକ୍ତିମାନ ପରମ ଈଶ୍ଵର
ସଦାଶିବ ମହାଦେବ,
ହସ୍ତରେ ତ୍ରିଶୂଳ ଡମ୍ବରୁ ନିନାଦେ
ଓଁକାର ମୂରତି ଶିବ,
ଆଦିମୂଳ ପ୍ରଭୁ ସୃଷ୍ଟି ର କାରଣ
ତୁମେ ବିନାଶ ପ୍ରଳୟ ।
ଓଁ ନମଃ ଶିବାୟ-----
ସତ୍ୟ ସନାତନ ମହେଶ ଯୋଗେଶ
ନୀଳକଣ୍ଠ ପରଂବ୍ରହ୍ମ ,
ଶିରେ ଶୋଭା ପାଏ ଚନ୍ଦ୍ରମା ଜ
ାହ୍ନବୀ
କଣ୍ଠରେ ବାସୁକୀ ନାଗ,
ପ୍ରଭୁ ଜଗଦୀଶ ଅନାଦି ଅନନ୍ତ
ଦୁଃଖୀ କୁ ହୁଅ ସହାୟ ।
ଓଁ ନମଃ ଶିବାୟ------
ରୋଗ ମହାମାରୀ ପାପତାପ କଷ୍ଟେ
ଜଡ଼ ପିଣ୍ଡ ଏ ବ୍ରହ୍ମାଣ୍ଡ
ପ୍ରଭୁ ଆଶୁତୋଷ ତ୍ରୟମ୍ବକନାଥ
ସଞ୍ଚର ଜୀବନ ପ୍ରାଣ ,
ବୃଷଭ ବାହନେ ବିରାଜ ପ୍ରଭୁ ହେ
ସୁନ୍ଦର ମଙ୍ଗଳମୟ ।
ଓଁ ନମଃ ଶିବାୟ-------
ରହି ଉଜାଗର ଜାଳୁଛି ଜାଗର
ନିରେଖୁଛି ମହାଦୀପ
ବାଜୁ ଡିବିଡିବି ଡମ୍ବରୁ ନିନାଦ
ବିରାଜ ପ୍ରଭୁ ମହେଶ
ହେ ଉମାପତି ଭୋଲା ମହେଶ୍ୱର
କୃପାକର ଦୟାମୟ ।
ଓଁ ନମଃ ଶିବାୟ