STORYMIRROR

Bharatabandhu Biswal

Classics Inspirational Others

3.4  

Bharatabandhu Biswal

Classics Inspirational Others

ବାଟୋଇ ମୁଁ ବାଟବଣା

ବାଟୋଇ ମୁଁ ବାଟବଣା

1 min
211



ସଂସାର ବଡ଼ଦାଣ୍ଡରେ ବିଚରା ବାଟୋଇଟିଏ 

ହୋଇଯାଏ ମୁଁ ବାଟବଣା ,

ଡାକିଛନ୍ତି ମୋର ବନ୍ଧୁ ନାମ ହରି କୃପାସିନ୍ଧୁ      

  ଜଗନ୍ନାଥ ପୁରୀ ଧାମ ତାଙ୍କ ଠିକଣା ।


ସିଂହ ଦୁଆରରେ ତାଙ୍କ ବଡ଼ ଗହଳି

ବାଇଶି ପାହାଚ ଉଚ୍ଚ ଚଉଡ଼ା ଭାରି

ମେଘନାଦ ପାଚେରୀ ରେ

ବେଢ଼ା ତାଙ୍କ ଚଉପାଶ

କାଳିଆ ଶରଧା ନାମେ ସିଏ ଜଣାଶୁଣା ।

ଜଗନ୍ନାଥ ପୁରୀ ଧାମ ତାଙ୍କ ଠିକଣା ।


ତାଙ୍କ ଶ୍ରୀମନ୍ଦିର ଆଗେ ସ୍ତମ୍ଭ ଅରୁଣ

ନୀଳଚକ୍ରବାନା ଉଡେ ପତିତପାବନ

ଦାରୁବ୍ରହ୍ମ ତାଙ୍କ ରୂପ

ରତନବେଦୀ ରେ ଦେଖି

ପାଇବି କୈବଲ୍ୟ କଣେ ଏହି ପ୍ରାର୍ଥନା ।

ଜଗନ୍ନାଥ ପୁରୀ ଧାମ ତାଙ୍କ ଠିକଣା ।


 



Rate this content
Log in

Similar oriya poem from Classics