ମାଆ ବାସୁଳେଇ ସାହା
ମାଆ ବାସୁଳେଇ ସାହା


ଜୟ ଜୟ ଦେବୀ ଭୂମାତା ଜୟ ତୁ ବାସୁଳେଇ
ଦୟାକର ଦୟାମୟୀ ଗୋ କୃପା ମାଗୁଛି ମୁହିଁ ।
ଗୈ।ରୀ ଅନ୍ନପୂର୍ଣ୍ଣା ସୁଜଳା ମାତା ପ୍ରାଣ ଦାୟିନୀ
ଅଭୟ ବର ତୁ ଦେଉଛୁ ମାତା ଛତ୍ରଧାରିଣୀ ।
ନାହିଁ ରୂପରେଖ ତୋହର ଅଟୁ ତୁ ଶୂନ୍ୟ ଦେହୀ
ପ୍ରକୃତି ସ୍ୱରୂପା ଶକତି ମାଆ ତୁ ବାସୁଳେଇ ।
ତୋର ଦୟାବଳେ ମାଆଲୋ ବନଖଣ୍ଡ ପ୍ରାନ୍ତର
ଗ୍ରାମ ପୁର ବାସ ନଗର ସବୁଜିମା ସୁନ୍ଦର ।
ଖେତ ବାଡି ଖଳା ଭଣ୍ଡାରେ ହସେ ସୁନା ଫସଲ
ମୁଖେ ମୁଖେ ହସ ଫୁଟଇ ସ୍ଫୁରେ କଣ୍ଠରୁ ସ୍ୱର ।
ଆଦି ଶକତି ତୁ ଜନନୀ ବୃକ୍ଷେ ନିବାସ ତୋର
ବାସୁଳେଇ ଅଗ୍ରପୂଜିତା ନାମ ତୋ ଶୁଭଙ୍କର ।
ଆର୍ଯ୍ୟ ସଂସ୍କାରରେ ଧରଣୀ ସ୍ୱୟଂ ମାତୃ ସ୍ୱରୂପା
ଏଣୁ ଗ୍ରାମଦେବୀ ବହୁଧା ମୂଳ ତା ଉର୍ବରତା ।
ଗ୍ରାମ ଅଧିଷ୍ଠାତ୍ରୀ ଦେବୀ ଲୋ ବସୁମାତା କଲ୍ୟାଣୀ
ପ୍ରସନ୍ନ ରହନ୍ତି ସକଳେ ମାତା ପ୍ରସନ୍ନ ଜାଣି ।
ଜୟ ବାସୁଳେଇ ମାଆଲୋ ଧନ୍ୟ ତୋର ମହିମା
ତୋ କରୁଣା ବଳେ ପ୍ରଗତି ଶାନ୍ତି ତୁ ସୁଖ ସୀମା ।
ସୁଖ ଶାନ୍ତି ମିଳେ ଅପାର ଗ୍ରାମ ଦେବୀ ପୂଜନେ
>ହେଳେ ନାଶ ହୁଏ ଦାରିଦ୍ର୍ୟ ରୋଗକଷଣ ଘୂଞ୍ଚେ ।
ଦିଅ ସଦବୁଦ୍ଧି ଜନନୀ ବହି ସୁଦୟା ବାରେ
ଶୋଭାପାଉ ଭବ୍ୟମନ୍ଦିର ତୋର ବିଜେ ସ୍ଥଳୀରେ।
ସୁରମ୍ୟ ବାଟିକା ପ୍ରାଙ୍ଗଣ ହେଉ ଚଳଚଞ୍ଚଳ
ମନୋରମ ହେଉ ପ୍ରକୃତି ପରିବେଶ ସୁନ୍ଦର ।
ମହକୁ ମାଟିର ସୁଗନ୍ଧ ପ୍ରତି ହୃଦୟ କୋଣେ
ସତ୍ୟ ଧର୍ମ ପଥେ ଚଳନ୍ତୁ ଗ୍ରାମବାସୀ ସୁଜନେ ।
ବରଷନ୍ତୁ ଶୁଭ ଆଶୀଷ ଅନ୍ତରୀକ୍ଷୁ ଦେବତା
ହେଉ ପୁଷ୍ପ ବୃଷ୍ଟି ସୁପଥେ ଚଳୁ ଜୀବନଯାତ୍ରା ।
ଭରିଦିଅ ମନ ଲଗନେ କର୍ମ କୈ।ଶଳ ବୁଦ୍ଧି
ଅରଜନ୍ତୁ ଧର୍ମ ସମ୍ପଦ ଭୂମି ସୁଖ ସମୃଦ୍ଧି ।
ଗ୍ରାମ ସୁଖଶିରୀ ନ୍ୟାୟର ହେଉ ରକ୍ଷା ସତତ
ଦେହମନେ ଭରିଦିଅ ମା ଦୈବୀଶକ୍ତି ଅମାପ ।
ଯୁବପ୍ରାଣେ ଦିଅ ଜୀବନ ଅଫୁରନ୍ତ ଫୁଆର
ମାଟି ମାତୃକାର ସେବାରେ ହେଉ ସେ ଆଗଭର
ସହଯୋଗ ସହାବସ୍ଥାନ ହେଉ ସୁଷମ ନୀତି
ବିରାଜୁ ମୋ ଗ୍ରାମେ ସୌଭାଗ୍ୟ ସଦା ସୁଖ ଓ ଶାନ୍ତି ।
ଜୟ ବାସୁଳେଇ ମାଆଲୋ ବାରେ କର ସୁଦୟା
ମନସ୍କାମ ହେଉ ସଫଳ ଛିଡ଼ୁ ବନ୍ଧନ ମାୟା ।
ହାତ ଯୋଡ଼ି କରେ ମିନତି ମୁଢମତି ଭରତ
ସର୍ବସିଦ୍ଧି ଜନକଲ୍ୟାଣ ହେଉ ଜୀବନ ବ୍ରତ ।