ଜହ୍ନ ମାମୁଁ
ଜହ୍ନ ମାମୁଁ
ରହିଥାଅ ଜହ୍ନମାମୁଁ
ଆସନି କୋଳକୁ ଖସି ।
ରୁହ ମୁ ନିଶ୍ଚୟ ଯିବି
ତୁମ ପୁର ହସିହସି ।
ମହାକାଶ ଯାନରେ ମୁ
ଯିବି ସାଙ୍ଗସାଥି ଧରି ।
ତୁମ ପାଖେ ରହିବି ମୁ
ବଡ଼ ଘର ତୋଳି କରି ।
ଗୀତଗାଇ ତୁମକୁ ମୁ
ସଦା ଖୁସି କରୁଥିବି ।
ତୁମ ସହ ଗପସପେ
ସମୟ ମୁ ବିତାଇବି ।
ଏବେ ଠାରୁ ମୋ ପାଇଁ
ଜାଗା ଖଣ୍ଡେ ରଖିଥାଅ ।
ମୋର ଆସିବା ବାଟକୁ
ତୁମେ ଜଗି ରହିଥାଅ ।
ତୁମ ପାଇଁ ଏବେ ମୁହିଁ
କବିତାଟି ଲେଖୁଅଛି ।
ଗଲେ ମୁ ତୁମ ପାଖକୁ
ଶୁଣାଇବି ହସି ହସି ।
