STORYMIRROR

Renuka Samal

Abstract

2  

Renuka Samal

Abstract

ଝିଅ ସେତ ଜଗତ ଜିତା

ଝିଅ ସେତ ଜଗତ ଜିତା

1 min
2.8K


ମୁଁ ସାଗର ଗରଭେ ଶାମୁକା ଟିଏ 

ତୁ ମୋ କୋଳେ ମୁକୁତା ମଣି

ମୁଁ ସ୍ନେହ ମାତୃତ୍ୱର କୋମଳ ପରଷ

ତୁ ଅଝଟ ପଣରେ ରାଣୀ

ମୁଁ ଜଞ୍ଜାଳ ଜଙ୍ଗଲ ନିଘଞ୍ଚରାସ୍ତାରେ

ସାହା ହୀନ ପଥଚାରୀ

ତୁ ମୋ ଆଖି ଆକାଶର ପରାଚୀ ତୁଠରେ

ସପନର ନୀଳ ପରୀ

ମୁଁ ଅଳପ ଅଳପ ମୁଁହ ସଞ୍ଜ ବେଳେ

କୋହଲା ପବନ ଭୀତି

ତୁ ମୋ ତକିଆଏ ସ୍ୱପ୍ନ

ଶୀତୁଆ ରାତିରେ ଚଦର ତଳର ତାତି। ।

ମୁଁ ଶୂନ୍ୟ ପୋଷୁଥିବା ଏକଲା ପଣଟିଏ

ତୁ ମୋ ଗହଳିଆ ଉପବନ

ମୁଁ ଜୁଆରିଆ ଏକ ଭିନ୍ନ ଯମୁନାଟି

ତୁ ମୋ କୂଳେ ବଇଁଶୀ ସ୍ୱନ

ମୁଁ ଚେନାଏ ଆଲୋକ ପ୍ରଭୁ ପାଦ ତଳେ

ଦିପର ଚହଲା ମନ

ତୁ ମୋ ସଜଫୁଲ ଫୁଟା ମେଞ୍ଚାଏ ମହକ

ପୂଜାର ବାସ ଚନ୍ଦନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract