STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଝିଅ ନୁହେଁ ସିଏ ହୀରାଟିଏ

ଝିଅ ନୁହେଁ ସିଏ ହୀରାଟିଏ

1 min
298


ଗର୍ବିତ କେତେ ମୁଁ ଝିଅଟିଏ ପାଇ ଲକ୍ଷ୍ମୀ ଆସିଛି ମୋ ଘର


        ଦେବୁ ଟି ଅଜାଡ଼ି ସ୍ନେହ ଶ୍ରଦ୍ଧା ସବୁ


          ଝିଅ ପୁଅ ସେହୁ ମୋର !!


ବିଜ୍ଞାନ ପଢିବ ହେବ ବୈଜ୍ଞାନିକ କରିବ ଟି ଆବିଷ୍କାର 


        ନୂଆ ନୂଆ ସ୍ବପ୍ନ ସାକାର କରିବ


           ଝିଅ ଟି ପରା ମୋହର !!


ଆତ୍ମନିର୍ଭର ଟି କରିବୁ ତାହାକୁ ହେବ ଝିଅ ସ୍ବାବଲମ୍ବୀ


        ସଂସ୍କୃତି ସଂସ୍କାରେ କରିବୁ ଭୂଷିତ


          ହେବ ଝିଅ ଜ୍ଞାନଲମ୍ବୀ !!


ସତ୍ୟ ନିଷ୍ଠ ହୃଦେ ଭରିଦେବୁ ତା'ରେ ଥିବ ଅହିଂସାର ମନ୍ତ୍ର 


        କର୍ମ କରୁଥିବ ନିଜ ରାଷ୍ଟ୍ର ପାଇଁ


          ପ୍ରେମ ଶ୍ରଦ୍ଧା ଥିବ ତନ୍ତ୍ର !!


ଜନ୍ମଦିନେ ତା'ର କରୁବୁ ଉତ୍ସବ କୁଟୁମ୍ବ ବନ୍ଧୁ ସଙ୍ଗରେ


        ସବୁ ଆବଶ୍ୟକ କରିବୁ ପୂରଣ


          ନ ରଖିବୁ ଅଭାବ ତା'ରେ !! 


ଝିଅ ନୁହେଁ ସିଏ ହୀରାଟିଏ ମୋର କୀର୍ତ୍ତି ଟି ରାଷ୍ଟ୍ରେ ଆଣିବ


       ଆଗୁଆ ରହିବ କର୍ମ କ୍ଷେତ୍ରେ ତାର


          କର୍ତ୍ତବ୍ୟେ କାର୍ଯ୍ୟ କରିବ !!




Rate this content
Log in

Similar oriya poem from Abstract