STORYMIRROR

Dipti lekha Mishra

Abstract

2  

Dipti lekha Mishra

Abstract

ଝିଅ,ନାରୀ ଓ ଇଛା

ଝିଅ,ନାରୀ ଓ ଇଛା

1 min
201

ସୁପ୍ରଭାତମ୍ ॥ ଝିଅଟି ମାଆ ହେବା ପରେ ବୁଝିଯାଏ ଏଥର ତା ଝିଅକୁ ବୁଝାଏ ଇଛା ର ରୂପରଙ୍ଗ । ମୋ କବିତା ସେମାନଙ୍କ ପାଇଁ ଯେଉଁ ଝିଅ ଚାରିକାନ୍ଥ ବାହାରକୁ ଯାଇନି ବାହା ହେବା ପରଠାରୁ


ଝିଅ ,ନାରୀ ଓ ଈଛା


ଯେତେବେଳେ ମୁଁ ଝିଅ ଥିଲି

ଖୁବ ବୁଲିବା ଭଲପାଉଥିଲି

ହେଲେ ମୋ ଦୁର୍ଭାଗ୍ୟ ଯେ

ପାଠପଢେ କହି ଗାଳି ଖାଉଥିଲି


ତଥାପି ମୁଁ ମନ୍ଦିର ଯାଉଥିଲି

ସାଙ୍ଗସାଥିମେଳେ ରହୁଥିଲି

ଘରର ସବୁ କାମ ସରିବା ପରେ

ଦୁଇଚକିଆ ଯାନ ଧରି ବୁଲୁଥିଲି


ଖୁବ ବୁଲିଛି ଖୂବ୍ ମସ୍ତି କରିଛି

ଆଜି ମୋ ହାତଗୋଡ ବନ୍ଧା

ଆଜି ମୁଁ ଅନ୍ୟର ଇଛାକୁ ଜଗୁଛି

ନିଜ ଇଛା ସବୂ ନିଜ ହାତେ

ବିନା କାରଣେ ମାରିଦେଉଛି


କିଏ କିଏ ପଚାରନ୍ତି କାରଣ କଣ

ମୁଁ କହେ ତାଙ୍କୁ ଆରେ ଜାଣିନ

ମୁଁ ପରା ଏବେ ପରଘର ନାରୀ

ଆଉ ମୁଁ ଝିଅ ହୋଇ ଅଛି ଯେ

ମୋ କଥା ,ଇଛା କିଏ ବୁଝିବ


ମୁଁ ଆଉ ମୋ ଇଛା ସବୁ ଏବେ

ଜେଲର ଚାରିକାନ୍ଥ ଭିତରେ

ସେମାନଙ୍କ ଇଛା ହେଲେ ଯିବି

ହଁ କହିଲେ ଭଲ ନା କହିଲେ

ସୄଷ୍ଟି ପ୍ରଳୟର ସମ୍ଭାବନା


ଝିଅମାନେ ବୁଲିବା ମସ୍ତିକରିବା

ଭୂଲିଯିବା ଦରକାର ସମ୍ଭବତଃ

ଅନ୍ୟର ହାତ ଧରି ବାପା ମାଆ

ଭାଇ,ଭଉଣୀ,ସାଙ୍ଗଠାରୁ ଦୂର ହେଲେ


ତାର ଇଛା ହେବା ବାଧ୍ଯତାମୂଳକ ହୁଏ

ଶାଶୁ,ଶ୍ବଶୁର,ବର କଥା ବୁଝିବାକୁ

ନିଜର ସପନ ଚୁଲିମୁଣ୍ଡକୁ ନେବାକୁ

ପସନ୍ଦ ନାପସନ୍ଦ ପାଇଁ କା ଖାତିର 

କେଉଁ ମୂହୁର୍ତ୍ତରେ ବି ନ ଥାଏ


ଏ ସମାଜ କେବେ ବୁଝିବ କେଜାଣି

ନାରୀ ବି ରକ୍ତମାଂସରେ ହିଁ ଗଢା

ତାର ବି ହୄଦୟ ଟି କିଛି ଚାହେଁ

ତା ପାଇଁ କେବଳ ଆବଦ୍ଧ କୋଠରୀ

ଅଣନିଃଶ୍ବାସୀ କରି ମାରିଦେଇପାରେ


ଓଃ !ମୁଁ ବି ପାଗିଳୀଟା ବୋଧ ହୁଏ

କାହାକୁ ମୁଁ ଏତେ ସବୁ କହୁଛି

ଯିଏ ପଥର ଭଳି ଗଢା ହୋଇ 

ଏ ଦୁନିଆରେ ପାଦ ଥାପିଛି ତାକୁ

ଯିଏ ଯୌବନକୁ ହିଁ ଭଲ ପାଏ ତାକୁ

ନା ଯିଏ ହୄଦୟବିହୀନ ମଣିଷ ତାକୁ


କେହି ବୁଝିବେନି ଏଠି ତୋ କଥା

ତୁ ମଲେ ଖାଲି ଯାହା ଦୁଃଖ କରିବେ

ଜୀବନ ଥିବା ଯାଏଁ ତୁ ବନ୍ଧା ହୋଇ ରହ

ତୋର ପ୍ରତିଟି ଇଛା କୁ ଚାପି ମାରିଦେ

ଦେଖିବୁ ସଭିଙ୍କ ଆପଣାର ହେବୁ

 ନତୁବା ଆଉ ତୋତେ ବୁଝାଇବିନି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract