STORYMIRROR

Prabhanjana Tripathy

Abstract

2  

Prabhanjana Tripathy

Abstract

ଜଗତେ,,

ଜଗତେ,,

1 min
285

ଜୀବନ ଏମିତି ନାଟକ କରିଲା

ଟିକେ ଦୁଃଖ ବହୁ ସୁଖ

କେବଳ ହସାଇ ଲୁହ ଗଡ଼ାଇଲା

ଦେଖି ଅବାକ ଲୋକ


ଜନ୍ମ ଦେଇ ମା,ଛାଡି ଚାଲିଗଲା

ବାପା ବି ଛାଡିଲା ହାତ

ସଖା ସହୋଦର ,ସଙ୍ଗାତ ମୈତ୍ର

ପେଟକୁ ମାରିଲେ ଲାତ


ବାଳୁଙ୍ଗା ପରାଏ ଜୀବନ ବିତାଇ

ମେଲାରେ ଖାଇଲି,ଶୋଇଲି ମେଲା

ଅଇଁଠା ଖାଇଲି,ଫିଙ୍ଗା ଅଣ୍ଡାଳିଲି

ଆହା କି ଦଇବ ସଂସାର ଦେଲା


ବ୍ୟଙ୍ଗ ଜୀବନ,ଆତୁର ପରାଣ

ଫଟା କପଡ଼ାରେ ଜୀବନ ଢ଼ାଙ୍କି

ବାତୁଳ ପରାଏ ଦାଣ୍ଡ ଦାଣ୍ଡ ବୁଲି

ମନେ ନାହିଁ ଆଉ ସରଗ ଢ଼େଙ୍କି


ଅଙ୍ଗ ରୂପରେଖ , ଅପନ୍ତରା ବାଳ

ଦେହକୁ ସବୁନ୍ ନା ମୁଣ୍ଡକୁ ତେଲ

ଦୁନିଆ କହୁଛି,ପାଗଳ ବୁଲୁଛି

ଗୋଇଠା ଚାପୁଡ଼ା ଥୋଇଲେ ଭଲ


ବୟଶ ବି ଯିବ, ସମୟ ଆସିବ

କୋଉ ନାଲିଆରେ ପଡିବି ମରି

କେହି ନାହିଁ ମୋର,ଧରିବ ଶରୀର

ଏ ବୟଷେ ସିନା ଯାଆନ୍ତି ସରି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract