STORYMIRROR

Jayashree Maharana

Abstract

2  

Jayashree Maharana

Abstract

ଜଗତେ ସ୍ୱତନ୍ତ୍ର

ଜଗତେ ସ୍ୱତନ୍ତ୍ର

1 min
226

ସ୍ମୃତି ଅମଳିନ  ଅତୀତର ଦିନ

ଭାରତମାଟିର ଗାରିମାଗାଥା

ନେତ୍ରରେ ପଢିଲେ କର୍ଣ୍ଣରେ ଶୁଣିଲେ

ନଇଁଯାଏ ଆପେ ସମ୍ମାନେ ମଥା


ଥିଲେ ବଡ଼ ବୀର ଦେଶବାସୀ ମୋର

ପ୍ରାଣ ଦେଇଥିଲେ ଦେଶର ହିତେ

ଭଗତ, ଲକ୍ଷ୍ମଣ, ବାଜି,ସୁଖଦେଵ

ଆହୁରି ଅନେକ ସୁପୁତ୍ର କେତେ


ବିଭବେ ମଣ୍ଡିତ ଥିଲା ମୋ' ଭାରତ

ଦୂର ଦେଶପାରେ ବାଣିଜ୍ୟ କରି

ସାଧବ ଆମର ଫେରୁଥିଲେ ଘର

ଧନ ଦଉଲତ ଜାହାଜେ ଭରି


ଅନନ୍ୟ ସଂସ୍କୃତି ନାନା କଳାକୀର୍ତ୍ତି

ଗଢ଼ିଥିଲେ ଶିଳ୍ପୀ ହୋଇ ମଗନ

ତାଜ ମହଲ କି କୋଣାର୍କର କଳା

ମୁଗ୍ଧ କରିଅଛି ଦର୍ଶକ ପ୍ରାଣ


ପୁରାଣ ଓ ପୋଥି ସାହିତ୍ୟର ସ୍ଥିତି

ରଚିଥିଲା ବିଶ୍ୱେ ଯଶ ସୁନାମ

ଅତୀତର ଗାଥା ଆମ ମିଠା ପ୍ରଥା

ପରିପୁଷ୍ଟ କରିଅଛି ଜୀବନ


ଆମେ ଆମ ତନ୍ତ୍ର ଜଗତେ ସ୍ୱତନ୍ତ୍ର

ଧର୍ମ କର୍ମ ଭାଷା ଭାରି ନିଆରା

ସଦା ଗୁଞ୍ଜରିତ ମୁକତିର ମନ୍ତ୍ର

ପ୍ରବାହିତ ଶାନ୍ତି ପ୍ରୀତିର ଧାରା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract