ଜଗତ ସାଇଁ
ଜଗତ ସାଇଁ
ତୁମ ଆଖିରେ ଯେବେ ମୋ ଆଖି ମିଶେ
ଲୁହ ଯେତେ ସବୁ ଅସରା ଆସେ l
ତୁମ ହୃଦୟ କୁ ଯେବେ ମୋ ହୃଦୟ ଖୋଜେ
ପଣତ କାନିଟା ମୋର ଲୁହରେ ଭିଜେ l
ତୁମ ହସ୍ତ ଯଦି ମୋ ହସ୍ତ ଛୁଏଁ
ତୁମ ମିଠା ସ୍ପର୍ଶ ମୁଁ ପାଇଯାଏ l
ତୁମ ଓଷ୍ଠ ପାଶେ ଯେବେ ମୋ ଓଷ୍ଠ ଯାଏ
ଲାଜରେ ଟିକେ ମୁଁ ଲାଜେଇ ଯାଏ l
ଅଭିମାନିନୀ ମୁଁ ତୁମ ପାଶରେ
ବଂଚିଛି ପ୍ରଭୁ ହେ ତୁମ ଆଶ୍ରାରେ ।
ଏ ଜୀବନ ଅଟେ ଦୁଇ ଦିନର
ପାଣି ଫୋଟକା ପରି ମିଶି ଯିବାର l
ଯେତେ କ୍ଷଣ ଅଛି ତୁମରି ପାଶେ
ତୁମକୁ ପ୍ରlପତ ସ୍ବପ୍ନର ଦୃଶ୍ୟେ l
ସବୁ ଅନୁଭବ ତୁମ ପାଶରେ
ବଖାଣେ ହୃଦୟ ନୀରବତାରେ l
ଅସରା ଅସରା ଦୁଃଖ ସାଗର
ସେ ସାଗରେ ତୁମେ ନାବିକ ମୋର l
ସଳଖି ଧରିବ ନାବ ମୋହର
ଏ ଜୀବନ ଯିବ ମୁକ୍ତି ପଥର l
ତୁମ ଶ୍ରଦ୍ଧା କଣିକାରୁ ଟିକିଏ ଦେବ
ପାପ ନେଇ ପ୍ରଭୁ ପୂଣ୍ୟକୁ ଦେବ ।