STORYMIRROR

Suresh chandra Padhy

Children

4  

Suresh chandra Padhy

Children

ଜଗତ ହିତେ ବୃକ୍ଷ

ଜଗତ ହିତେ ବୃକ୍ଷ

1 min
288


ଆସ ମୋ ଭଉଣୀ ଭାଇ ,

    ଶୁଣ ସବୁ ମନ ଦେଇ।

ବୃକ୍ଷ କୁ ଲଗାଅ ନେଇ,

     ସେବା କର ତୋଷ ହୋଇ।

ଆସ ମୋ ଭଉଣୀ ଭାଇ....


ବରଷା ଜଳ ପଡଇ,

    ମଞ୍ଜିକୁ ପୋତିବା ନେଇ।

କ୍ଷେତ କୁ ଖୋଳିବା ଯାଇ,

    ଗଛ କୁ ଦେବା ଲଗାଇ।

ଆସ ମୋ ଭଉଣୀ ଭାଇ.....


ଗଛ ର ଛାଇ ମିଳଇ,

     ପଥିକ ଶ୍ରମ ମେଣ୍ଟଇ।

ଗଛ ଆହାର ଦିଅଇ,

      ଫଳକୁ ଦିଏ ଯୋଗାଇ।

ଆସ ମୋ ଭଉଣୀ ଭାଇ...


ଔଷଧ ବୃକ୍ଷ ଚିହ୍ନଇ,

    ବୈଦ ଯତନେ ଆଣଇ।

ରୋଗୀ ସେବାରେ ଲାଗଇ,

     ବୃକ୍ଷ ପାଇଁ ତ ହୁଅଇ।

ଆସ ମୋ ଭଉଣୀ ଭାଇ...


ଯେ ବୃକ୍ଷ ଦିଏ ଲଗାଇ

    କୋଟି ପୁଣ୍ୟକୁ ଲଭଇ

ଅମ୍ଲ ଜାନ ବି ମିଳଇ

    ଗଛକୁ ଲଗାଅ ନେଇ

ଆସ ମୋ ଭଉଣୀ ଭାଇ...


ପକ୍ଷୀ ବସାକୁ ବାନ୍ଧଇ,

    ଗଛ ଡାଳରେ ବସଇ।

ପୂଜା ରେ ଫୁଲ ଲାଗଇ,

    ସଭିଙ୍କୁ ଦେବା ବୁଝାଇ।

ଶୁଣ ମୋ ଭଉଣୀ ଭାଇ...



Rate this content
Log in

Similar oriya poem from Children