STORYMIRROR

SUKANTA KHANDA

Abstract

4  

SUKANTA KHANDA

Abstract

ଜଗନ୍ନାଥ

ଜଗନ୍ନାଥ

1 min
5


ଭାବରେ ବନ୍ଧା ମୁଁ ଭକ୍ତଙ୍କ ପାଖରେ

   ଉଦ୍ଭିଦ ହେଉ କି ପ୍ରାଣୀ

ସମର୍ପଣ ଭାବ କର୍ତ୍ତବ୍ୟରେ ରତ

   ତାଙ୍କ କଥା ନିତି ଶୁଣି

   ଅନନ୍ତ ସୁଖକୁ ବୁଣି

ଏହି ସଂସାରରେ ମରିକି ଅମର

   କରିଦିଏ ତାକୁ ଜାଣି।

କେତେ ଆସି କେତେ ଚାଲି ଯାଇଛନ୍ତି

   ଦୃଷ୍ଟାନ୍ତ ରହିଛି ଆଜି

ଜ୍ଞାନ ଭକ୍ତି ସହ ପ୍ରେମ ଓ କର୍ମକୁ 

   ନିତି ମୁଁ ଚାଲିଛି ଖୋଜି

   ଅନନ୍ତ ଲୁହରେ ଭିଜି

କୋଳାଗ୍ରତ କରେ ମୋ'ଚାରି ବାହୁରେ

   ଦିଏ ନାହିଁ କେବେ ଭାଜି।

ସକଳ ତୀର୍ଥରେ ଶ୍ରେଷ୍ଠ ମୁଁ ଅଟଇ

    ପୁରୀଧାମ ଯା'ର ନାମ

ବାଇଶି ପାହାଚେ ଯଦି ଗଡିଯିବ

    ହୃଦୟେ ଜାଗିବ ପ୍ରେମ

   ମନୁଦୂର ହେବ ଭ୍ରମ

ଜୀବନ ଜଞ୍ଜାଳ ଭୁଲିକି ସର୍ବଦା

   ମୋର ପାଖେଥିବ ପ୍ରାଣ।

ନେତ ଉଡୁଅଛି ଫରଫର ହୋଇ

   ସଭିଙ୍କ ମଙ୍ଗଳ ପାଇଁ

ବଡ଼ଦାଣ୍ଡ ଯା'ର ପାଦ ପାଡ଼ିଥାଇ

   କୋଟିପୁଣ୍ୟ ପାଇଥାଇ

   ମହୋଦଧି ଯା'ର ଛାଇ

ସ୍ନାନ କରିଦେଲେ ପବିତ୍ର ଦେହକୁ

   ପବିତ୍ର ଆତ୍ମା ତା' ହୋଇ।

ହେ କରିତକର୍ମା ଧାର୍ମିକ ମାନବ

   ଜଗନ୍ନାଥ ହୃଦୟରେ

ଗୁଣି ହେଉଥାଅ ପ୍ରତିଟି ସମୟେ

    ଅନ୍ତର୍ମନ ତୋ' ଭିତରେ

    ଜୀବ ନୁହଁ ତୁ ଶିବରେ 

ତେବେ ଯାଇ ତୁମେ ପାଇବରେ ମୋତେ

    ଅତି ହିଁ ନିଜ କତିରେ।


    


Rate this content
Log in

Similar oriya poem from Abstract